ଉଦୟମାନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ

ଚଣ୍ଡିଖୋଲ ଛକରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଉଦୟମାନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ୧୧୦ ତମ ଜନ୍ମ ଜୟନ୍ତୀ ଅବସରରେ ସ୍ବେଚ୍ଛାସେବୀ ଅନିଲ କୁମାର ଦାସ,ପ୍ରକାଶ ନାୟକ, କାର୍ତ୍ତିକ ଜେନା, ମଦନ ମୋହନ ପରମଣିକ ଓ ସୁଶାନ୍ତ ଜେନା ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଅନୁଷ୍ଠାନର ସଭାପତି ଅବିନାଶ ଜେନାଙ୍କ ସଭାପତିତ୍ବରେ ବିଜୁ ବାବୁଙ୍କ ଜୀବନ କାହାଣୀ ଉପରେ ଆଲୋଚନା କରାଯାଇଥିଲା । ସେ ଥିଲେ ମହିଳା ସଶକ୍ତି କରଣ ର ଆଦ୍ୟ ବିନ୍ଧାଣି, ନବ ଉତ୍କଳର ନିର୍ମାତା,ମାଟିର ମୂର୍ତ୍ତିକାର,ଝଡ଼ର ଇଗଲ,କଳିଙ୍ଗ ବୀର,ଇଣ୍ଡୋନେସିଆର ଭୂମିପୁତ୍ର ଆଦି ଆଲୋକପାତ କରିଥିଲେ ।