(ହରପ୍ରସାଦ ବିଶୋଇ)ଭୁବନେଶ୍ୱର: ବିଜେପୁର ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ । ଆଜି ବିଜେପୁର ବିଧାୟିକା ଭାବେ ଶପଥ ନେଇଛନ୍ତି ରିତା ସାହୁ । ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଶପଥ ପାଠ କରାଇଛନ୍ତି । ବହୁ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ ରିତା । ତାଙ୍କୁ ବିଧାନସଭାକୁ ସ୍ୱାଗତ କରିବା ସହ ଆଜିଠାରୁ ବିଧିବଧ ଭାବରେ ବିଧାୟିକା ବୋଲି ବାଚସ୍ପତି କହିଛନ୍ତି । ଶପଥ ଗ୍ରହଣ ପରେ ରିତା ସାହୁ କହିଛନ୍ତି ନିଜ ଅଞ୍ଚଳର ସମସ୍ୟା ବିଧାନସଭାରେ ଉପସ୍ଥାପନା କରିବି । ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।