ଜୁନ୍ ୧ ତାରିଖ ଯାଏଁ ଲକଡାଉନ୍ ବୃଦ୍ଧି କଲେ ରାଜ୍ୟ ସରକାର
ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁନ୍ ୧ ତାରିଖ ଯାଏଁ ଲକଡାଉନ୍ ବୃଦ୍ଧି କଲେ ବିହାର ସରକାର।
(ଦିଲ୍ଲୀ) : ବିହାରରେ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁନ୍ ୧ ତାରିଖ ଯାଏଁ ଲକଡାଉନ୍ ବୃଦ୍ଧି କଲେ ବିହାର ସରକାର। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନେଇ ସୂଚନା ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ପୂର୍ବବତ୍ ଲକଡାଉନ୍ କଟକଣା ଜାରି ରହିବ।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନେଇ ଟ୍ଵିଟ୍ କରି କହିଛନ୍ତି ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ ୫ ତାରିଖରୁ ତିନି ସପ୍ତାହ ଯାଏଁ ଲକଡାଉନ କଟକଣା ଲାଗୁ କରାଯାଇଥିଲା। ରାଜ୍ୟରେ ଲକଡାଉନର ପ୍ରଭାବ ପଡୁଥିବାରୁ ଏହାକୁ ପୁଣି ଆଉ ସପ୍ତାହେ ବଢାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।