ବିଗ-ବିଙ୍କ ପାଟିବନ୍ଦ କଲେ ୯ ବର୍ଷର ଅରୁଣୋଦୟ 

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ। ତାଙ୍କ ସମ୍ମୁଖରେ ଠିଆ ହୋଇ ଅନେକ କଥା ହେବାକୁ ସାହସ କରି ପାରନ୍ତି ନାହିଁ। ବଲିଉଡର ନାମକରା ଅଭିନେତାମାନେ ତାଙ୍କ ନାଁ ଶୁଣିଲେ ଭୟ କରନ୍ତି । କିନ୍ତୁ ଏଭଳି ସମୟରେ ଜଣେ କୁନି ବାଳକ ବିଗ ବିଙ୍କ ମୁହଁ ବନ୍ଦ ମଧ୍ୟ କରି ଦେଇଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ନାଁ ଅରୁଣୋଦୟ ଶର୍ମା। ବୟସ ମାତ୍ର ୯ବର୍ଷ। ଘର ହିମାଚଳ ପ୍ରଦେଶର ସିମଲା।ମୁଣ୍ଡରେ ହିମାଚଳି ଟୋପି,ଛୋଟ ଓଠରେ ସୁନ୍ଦର ନିରୀହ ହସ ଆଉ କଥା କୁହା ଭଙ୍ଗୀ ଏକଦମ ଭିନ୍ନ। କେବିସି ସିଜିନ୧୩ର ଏହି କୁନି ପ୍ରତିଦ୍ୱନ୍ଦୀ ନିଜର ଉତ୍ତରରେ ବିଗ-ବି ଅମିତାଭ ବଚ୍ଚନଙ୍କୁ କରିଥିଲା ଆବାକ। ବୟସ୍କ ଲୋକଙ୍କ ପରି ହସ ହସ ମୁହଁରେ ଦେଉଥିବା ଉତ୍ତର ଓ ସାଧାରଣଜ୍ଞାନରେ ପୁର୍ଣ ଅରୁଣୋଦୟ କରିଦେଇଥିଲେ ଅମିତାଭଙ୍କ ପାଟି ବନ୍ଦ।କେବିସିର ଷ୍ଟୁଡେଣ୍ଟ ସ୍ପେଶିଆଲ ଅଧ୍ୟାୟରେ ସର୍ବପ୍ରଥମେ ଉତ୍ତର ଦେଇଆସିଥିଲେ ହଟସିଟକୁ ।ଶୋ’ ରେ ଖୋଦ ଅମିତାଭଙ୍କ ଭଳି କଥା ହେଉଥିଲେ ଅରୁଣୋଦୟ । ତାଙ୍କ କଥାକୁହା ଢଙ୍ଗରେ ବିଗ-ବି ମଧ୍ୟ ଖେଳ ଛାଡି ଗପିବାକୁ ଇଛା ହେଉଛି ବୋଲିି କହିଥିଲେ । ଶୋ’ ମଝିରେ ଅମିତାଭଙ୍କ ପାଦ ଛୁଇଁ ଆର୍ଶିବାଦ ନେଲା ବେଳେ ଆଶ୍ଚର୍ଯ୍ୟ ହୋଇ ମନା କରିଥିଲେ ବିଗ ବି।ମାତ୍ର ବଡଙ୍କ ଆର୍ଶିବାଦ ଆଗକୁ ବଢିବାରେ ସହାୟକ ହୁଏ ବୋଲି କହିବାରୁ ହାତଯୋଡି ସେହ୍ନଭରା ଢଙ୍ଗରେ ନିଜକୁ ଅରୁଣୋଦୟଙ୍କ ଠାରୁ ବୟସରେ ଛୋଟ ବୋଲି କହିଥିଲେ ଅମିତାଭ ବଚ୍ଚନ। ସିମଲାରେ ଚତୁର୍ଥ ଶ୍ରେଣୀରେ ପଢୁଥିବା ଅରୁଣୋଦୟ ଶୋ’ରୁ ଜିତିଥିଲେ ୧୨ଲକ୍ଷ୫୦ହଜାର ପୁରଷ୍କାର ରାଶି । ଆଗକୁ ହିମାଚଳି ପାହାଡି ସଭ୍ୟତା ଓ କଳାର ପ୍ରଚାର ଓ ପ୍ରସାର କରିବାକୁ ସପ୍ନ ଦେଖୁଛନ୍ତି ଏହି କୁନି ପ୍ରତିଭା ।