ଭୁବନେଶ୍ୱର-: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ଼ ଘୋଷଣା। ଖୁବଶୀଘ୍ର ସଂପ୍ରସାରଣ ହେବ ମନ୍ତ୍ରିମଣ୍ଡଳ। ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଆଶିଷ ନେଲା ପରେ ଏପରି ସୂଚନା ଦେଲେ ବିଜେପି ସଭାପତି। ରାଜ୍ୟ ମନ୍ତ୍ରିମଣ୍ଡଳରେ ୬ଟି ପଦ ଖାଲି ଅଛି ଏବଂ ଖୁବଶୀଘ୍ର ସଂପ୍ରସାରଣ ହେବ। ଖୁବଶୀଘ୍ର ବୋର୍ଡ ନିଗମ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ହେବ ବୋଲି କହିଲେ ମନମୋହନ। ଆଗକୁ ଚ୍ୟାଲେଞ୍ଜ ଭାବେ ପଞ୍ଚାୟତ ଏବଂ ପୌର ନିର୍ବାଚନ ରହିଛି ଏଣୁ ଦଳକୁ ବଳ ଦରକାର ଏଣୁ ଅକ୍ଲାନ୍ତ ପ୍ରୟାସ କରୁଛି ବିଜେପି । ନୂଆ ଟିମ ସହ କାମ କରି ସଂଗଠନକୁ ସୁଦୃଢ଼ କରିବାକୁ ହେବ ବୋଲି କହିଛନ୍ତି ମନମୋହନ ।