ବିଧାୟକ ସୌଭିକ ବିଶ୍ୱାଳଙ୍କ ମହାନତା

କଟକ/ଜଗନ୍ନାଥ ମହାନ୍ତି: ସୌଭିକ ବିଶ୍ୱାଳ ଜରୁରୀ କାର୍ୟ୍ୟରେ ଭୁବନେଶ୍ୱର ଯାଉଥିବା ବେଳେ କଟକ ପ୍ରତାପ ନଗରୀ ନିକଟରେ ଜାତୀୟ ରାଜପଥରେ ୨ଜଣ ଯୁବତୀ ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିଲେ। ଜଣେ ଯୁବତୀଙ୍କ ଗୋଡ଼ ଉପରେ ଗାଡି ଚଢିଯାଇଥିବା ବେଳେ ଅନ୍ୟ ଜଣେ ଯୁବତୀଙ୍କ ଛାତି ମୁଣ୍ଡରେ ଆଘାତ ଲାଗିଥିଲା। ଏହା ଦେଖି ସଙ୍ଗେ ସଙ୍ଗେ ବିଧାୟକ ନିଜ ଗାଡିରୁ ବାହାରି ଆସି ତୁରନ୍ତ ତାଙ୍କ ଗାଡ଼ିରେ ଦୁଇ ଯୁବତୀଙ୍କୁ ବସାଇ ଏସ ସି ବି ମେଡିକାଲ କୁ ଆଣି ତାଙ୍କର ସମସ୍ତ ଚିକିତ୍ସା କରାଇଥିଲେ।