ହିଞ୍ଜିଳିରେ ସାଇକେଲ ଚୋରିର ପର୍ଦ୍ଦାଫାସ

ହିଞ୍ଜିଳି/ରଜନିକାନ୍ତ ପାତ୍ର: ହିଞ୍ଜିଳିରେ ସାଇକେଲ  ଚୋରିର ପର୍ଦ୍ଦାଫାସ । ହିଞ୍ଜିଳ ପୁଲିସର ଚଢ଼ାଉରେ ୧୨ଟି ଚୋରୀ ସାଇକେଲ ସହ ସଂପୃକ୍ତ ଗିରଫ କରିଛି ପୁଲିସ । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ହିଞ୍ଜିଳି ପୁଲିସ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ମିଟୁ ଦଳେଇ ,ଘର ଗଂଜାମ ଜିଲ୍ଲା ବୁରୁପଡ଼ା ଅଞ୍ଚଳରେ ବୋଲି ଜଣାପଡିଛି।ସୂଚନାରୁ ପ୍ରକାଶ ଯେ,ହିଞ୍ଜିଳି କାଟୁ ଓ ଏହାର ଆଖପାଖ ଅଂଚଳ ଭିତରେ ଗତ କିଛି ଦିନ ହେଲା ବହୁ ଲୋକଙ୍କର ସାଇକେଲ ଚୋରି ହେଉଥିଲା। ସାଇକେଲ ଚୋରି ସଂପର୍କରେ ହିଂଜିଳି ଥାନାରେ ଅଭିଯୋଗ ହେଉଥିଲା। ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ରାଘବ ପ୍ରଧାନ, କନେଷ୍ଟେବଲ ବସନ୍ତ ଉପାଧ୍ୟୟ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ,କୃଷ୍ଣ ଦଳେଇ, ଜିତେନ୍ଦ୍ର ଗଉଡ଼ ପ୍ରମୁଖ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ସାଇକେଲ ଚୋରି ରାକେଟ ଉପରେ ନଜର ରଖି ଚୋରକୁ ଧରିବାରେ ସକ୍ଷମ ହୋଇଛନ୍ତି।