ସୁବର୍ଣ୍ଣପୁର:- ସୁବର୍ଣ୍ଣପୁର ଶ୍ରୀ ରାମେଶ୍ୱର ଷ୍ଟାଡିୟମ ଇଣ୍ଡୋର୍ ହଲ ଠାରେ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏକ ସାଇକଲ ରାଲିର ଶୁଭାରମ୍ଭ କରାଯାଇ ସହର ପରିକ୍ରମା କରି ଜାତୀୟ କ୍ରୀଡା ଦିବସ ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ଜିଲ୍ଲାପାଳ ଡଃ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ କ୍ରୀଡା ଜଗତରେ ଭାରତରେ କିମ୍ବଦନ୍ତୀ ପୁରୁଷ ଧ୍ୟାନଚାନ୍ଦଙ୍କ ଅବଦାନ ଅବିସ୍ମରଣୀୟ ବୋଲି ମତ ରଖିଥିଲେ ଓ ଦିନକୁ ନିଜ ଶରୀର ପାଇଁ ଏକ ଘଣ୍ଟା ସମୟ ଦେଇ ଫିଟ୍ ଏହି ସମାଜକୁ ଦେଶକୁ ଫିଟ୍ ରଖିବାକୁ ପରାମର୍ଶ କରିଥିଲେ । ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପଧାନ ଯୋଗଦେଇ ଧ୍ୟାନଚାନ୍ଦଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ପ୍ରବାଦ ପୁରୁଷ ଧ୍ୟାନଚାନ୍ଦଙ୍କ ପରି ସମସ୍ତ ଖେଳାଳି ଅନୁକରଣ କରି ଦେଶର ଗୌରବ ଆଣିବାକୁ ପ୍ରେରଣା ପ୍ରଦାନ କରିଥିଲେ । କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର ସଭା ସଂଯୋଜନା କରିଥିବା ବେଳେ ସାଇକଲ ଶୋଭାଯାତ୍ରାରେ ସାମିଲ୍ ହୋଇ କ୍ରୀଡ଼ା, ଫିଟ୍ ଇଣ୍ଡିଆ ସହ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ସାଇକଲ ଶୋଭାଯାତ୍ରାରେ ରାମେଶ୍ୱର ଷ୍ଟାଡିୟମ୍ ରୁ ବଡ ବଜାର ସ୍କୁଲ, ସୁବର୍ଣ୍ଣ ମେରୁ ମନ୍ଦିର, ଶାନ୍ତି କୁଟିର ଦେଇ ହେଲିପ୍ୟାଡ ଠାରେ ପହଞ୍ଚି ଥିଲା । ୨୯ ତାରିଖରୁ ୩୧ ଦୀର୍ଘ ତିନି ଦିନ ପର୍ଯ୍ୟନ୍ତ ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏହି ଜାତୀୟ କ୍ରୀଡା ଦିବସ ମହାସମାରୋହରେ ପାଳିତ ହୋଇ ଆଜି ଉଦଯାପିତ ହୋଇଯାଇଛି ।