ଭୁବନେଶ୍ୱର ନୂଆ ଷ୍ଟେସନ କାର୍ଯ୍ୟକ୍ଷମ ହୋଇ ଚଳାଚଳ କରିବ ୩ଟି ଏକ୍ସପ୍ରେସ

ଭୁବନେଶ୍ୱର: ଭୁବନେଶ୍ୱର ନୂଆ ଷ୍ଟେସନରେ ତିନୋଟି ଟ୍ରେନ ପାଇଁ ଟର୍ମିନାଲ ପଏଣ୍ଟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ଷ୍ଟେସନ ପରିବର୍ତ୍ତେ ୩ଟି ଟ୍ରେନ ଭୁବନେଶ୍ୱର ନୂଆ ଷ୍ଟେସନ ଠାରୁ ଯାତ୍ରା ଆରମ୍ଭ କରିବେ।

ଏହି ଟ୍ରେନଗୁଡ଼ିକ ହେଉଛି- 11020/11019 ଭୁବନେଶ୍ୱର-CSMT ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ, 17015/17016 ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ଏବଂ 22819/22820 ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ।

୧୧ ମଇ ଠାରୁ ମୁମ୍ବାଇରୁ ଛାଡୁଥିବା 11019 ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ଭୁବନେଶ୍ୱର ନୂତନ ଷ୍ଟେସନରେ ଏହାର ଯାତ୍ରା ଶେଷ କରିବ। ପୂର୍ବ ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବା ପରେ ଏହି ଟ୍ରେନ ରାତ୍ରି ୧୧ଘ.୫୫ମି.ରେ ଭୁବନେଶ୍ୱର ନୂଆ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ ରାତ୍ରି ୧୨ଘ.୦୨ମି.ରେ ମଞ୍ଚେଶ୍ୱରରେ ପହଞ୍ଚିବ ଏବଂ ସେଠାରୁ ୧୨ଘ.୦୪ମି.ରେ ଛାଡି ରାତ୍ରି ୧୨ଘ.୨୦ମି.ରେ ଭୁବନେଶ୍ୱର ନୂତନ ଷ୍ଟେସନରେ ପହଞ୍ଚିବ।

11020 ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ୧୨ ମଇ 2025 ଠାରୁ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ପରିବର୍ତ୍ତେ ଅପରାହ୍ନ ୦୨ଘ.୪୦ମି.ରେ ଭୁବନେଶ୍ୱର ନୂତନ ଷ୍ଟେସନରୁ ଛାଡିବ। ଏହି ଟ୍ରେନ ଅପରାହ୍ନ ୦୨ଘ.୪୮ମି.ରେ ମଞ୍ଚେଶ୍ୱରରେ ପହଞ୍ଚି ଅପରାହ୍ନ ୦୨ଘ.୫୦ମି.ରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ଅଭିମୁଖେ ଛାଡିବ।  ଅପରାହ୍ନ ୩ ଘଟିକାରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବା ପରେ ଏହି ଟ୍ରେନ ପୂର୍ବ ନିର୍ଦ୍ଧାରିତ ସମୟରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ।

ସେହିପରି ୧୧ମଇ ଠାରୁ ସିକନ୍ଦରାବାଦରୁ ଛାଡୁଥିବା 17016 ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ଭୁବନେଶ୍ୱର ନୂତନ ଷ୍ଟେସନରେ ଶେଷ କରିବ। ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବା ପରେ ଏହି ଟ୍ରେନ ଅପରାହ୍ନ ୪ ଘଟିକାରେ ଭୁବନେଶ୍ୱର ନୂତନ ଷ୍ଟେସନ ଅଭିମୁଖେ ଯାତ୍ରା କରିବ।  ଏହି ଟ୍ରେନ ଅପରାହ୍ନ ୪ଘ.୦୪ମି.ରେ ମଞ୍ଚେଶ୍ୱରରେ ପହଞ୍ଚି ଅପରାହ୍ନ ୪ଘଣ୍ଟା ରେ ଛାଡିବ ଏବଂ ତା’ପରେ ଅପରାହ୍ନ ୪ଘ. ୨୫ମି.ରେ ଭୁବନେଶ୍ୱର ନୂତନ ଷ୍ଟେସନରେ ପହଞ୍ଚିବ।