ଭୁବନେଶ୍ୱର: ଅସହ୍ୟ ତାତିରେ ଆଉଟୁ ପାଉଟୁ ହେଉଛି ଓଡ଼ିଶା । ତେବେ ଆଜି ତତଲା କଢ଼େଇ ପାଲଟିଛି ରାଜଧାନୀ ଭୁବନେଶ୍ୱରର ଅବସ୍ଥା । ପୂର୍ବରୁ ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ସାଙ୍ଗକୁ ଗରମ ଅନୁଭୂତ ହେଉଥିବା ସମୟରେ ଏବେ କିନ୍ତୁ ରାଜଧାନୀରେ ଖରା ଅସମ୍ଭାଳ ।ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ଆଜି ଦିନ ୧୧.୩୦ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ରେକର୍ଡ କରିଛି ।
ରାଜଧାନୀଭୁବନେଶ୍ୱରର ତାପମାତ୍ରା ୪୦ ଡ଼ିଗ୍ରୀ ରେକର୍ଡ କରାଯାଇଛି । ତାପମାତ୍ରା ବୃଦ୍ଧି ସାଙ୍ଗକୁ ଖରାରର ପ୍ରକୋପ ଏତେ ମାତ୍ରାରେ ବଢ଼ି ଯାଇଛି ଯେ, ରାଜଧାନୀବାସୀଙ୍କ ପାଇଁ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ସକାଳୁ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରବଳ ଗରମ ଅନୁଭୂତ ହେଉଛି । ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକର ହାଲ ମଧ୍ୟ ସମାନ ରହିଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ରେକର୍ଡ଼ କରାଯାଇଥିବା ତାପମାତ୍ରା ଅନୁଯାୟୀ ବାଲେଶ୍ୱରର ତାପମାତ୍ରା ୩୭.୨ ଡ଼ିଗ୍ରୀ ଝାରସୁଗୁଡାର ୩୭.୮ ଡ଼ିଗ୍ରୀ, ଗୋପାଳପୁରର ତାପମାତ୍ରା ୩୦.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି । । ରାଜ୍ୟରେ କାଳ ବୈଶାଖୀ ବର୍ଷା ଫଳରେ ଦୁଇ ଦିନ ତାତିରୁ ମୁକ୍ତି ମିଳିଥିବା ବେଳେ ଆଜି କିନ୍ତୁ ହୁ ହୁ ହୋଇ ବଢ଼ିବ ପାରା । ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ରହିବ ତାପମାତ୍ରା । ରାଜ୍ୟର କିଛି ସ୍ଥାନରେ ୪୦ ଡିଗ୍ରୀ କିମ୍ବା ୪୦ ଡିଗ୍ରୀ ଉପର ରହିବ ତାପମାତ୍ରା । ଅନ୍ୟପକ୍ଷରେ ଦିନରେ ଅତ୍ୟଧିକ ଗରମ ସାଙ୍ଗକୁ ସନ୍ଧ୍ୟାରେ କାଳ ବୈଶାଖୀ ବର୍ଷା ଲୋକଙ୍କ ଉପରେ ଦାଉ ସାଧୁଛି ।