ଭୁବନେଶ୍ୱରରେ ରାସ୍ତା ଖୋଳା ପୋତାକୁ ବ୍ୟବସ୍ଥିତ କରିବାକୁ ଅଣ୍ଟା ଭିଡିଛି ଭୁବନେଶ୍ୱର ମହାନଗର ନିଗମ ;ଏଣିକି ବିଏମସି ଅଞ୍ଚଳରେ କୌଣସି ସଂସ୍ଥା ରାସ୍ତା କାଟିପାରିବେ ନାହିଁ
ଭୁବନେଶ୍ୱର:ଭୁବନେଶ୍ୱରରେ ରାସ୍ତା ଖୋଳା ପୋତାକୁ ବ୍ୟବସ୍ଥିତ କରିବାକୁ ଅଣ୍ଟା ଭିଡିଛି ଭୁବନେଶ୍ୱର ମହାନଗର ନିଗମ । ଏଣିକି ବିଏମସି ଅଞ୍ଚଳରେ କୌଣସି ସଂସ୍ଥା ରାସ୍ତା କାଟିପାରିବେ ନାହିଁ । ବିଭିନ୍ନ ଟେଲିଫୋନ କମ୍ପାନୀ ଖୁଂଟ, ଟାୱାର ଓ କେବୁଲ ପକାଇବା ପାଇଁ ରାସ୍ତା ଖୋଳିଦେଉଛନ୍ତି । ମାତ୍ର ଏଣିକି ବିନା ଅନୁମତିରେ କୌଣସି ଟେଲିଫୋନ କମ୍ପାନୀ ରାସ୍ତା ଖୋଳିପାରିବେ ନାହିଁ । ଯଦି ବିଏମସି ରାସ୍ତା ଖୋଳିବା ଜରୁରୀ, ତେବେ ସଂପୃକ୍ତ କମ୍ପାନୀ ବିଏମସିକୁ ଲିଖିତ ଭାବେ ଜଣାଇବେ ।ବିଏମସିର ରାସ୍ତା ହୋଇଥିଲେ ବିଏମସି ଏନଓସି ଦେବ । ରାସ୍ତା ପୂର୍ତ ବିଭାଗର ହୋଇଥିଲେ ସମୀକ୍ଷା ପାଇଁ ବିଏମସି ପୂର୍ତ ବିଭାଗକୁ ପଠାଇବ। ଖୁଂଟ, ଟାୱାର ବସାଇବା ଓ କେବୁଲ ପକାଇବା ପାଇଁ ରାସ୍ତା ଖୋଳିଲେ ସଂପୃକ୍ତ କମ୍ପାନୀ ପୂର୍ବଭଳି ରାସ୍ତାକୁ ଭଲଭାବେ ପୋତିବେ ଓ ଖୋଳା ହୋଇଥିବା ସ୍ଥାନକୁ ଭଲଭାବେ ମରାମତି କରିବେ । ଏନଓସି ମିଳିବାର ସାତଦିନ ମଧ୍ୟରେ ସଂପୃକ୍ତ ସଂସ୍ଥା କାମ ଆରମ୍ଭ କରିବେ।ବିଏମସି ମୁଖ୍ୟ ଅଫିସରେ ବସିଥିବା ବୈଠରେ ଏହି ନିଷ୍ପତ୍ତି ହୋଇଛି।