( ଆଦର୍ଶ ରାଉତ) : ପୁଣି ରାଜଧାନୀରେ ଫୁଟିଲା ଗୁଳି । ଆଜି ସକାଳ ୧୦ଟା ରୁ ୧୧ଟା ମଧ୍ୟରେ ରାଜଧାନୀର ଶିଶୁ ପାଳଗଡ଼ ଅଞ୍ଚଳର ଥିବା ଲିଙ୍ଗପୁର ପେଟ୍ରୋଲଟାଙ୍କି ସାମ୍ନାରେ ଫୁଟିଲା ଗୁଳି । ତେଲ ଦର ବୃଦ୍ଧି ନେଇ ରାଜ୍ୟ ବ୍ୟାପି ବିଜେଡି ତରଫରୁ ଆଜି ସମସ୍ତ ପେଟ୍ରୋଲ ପମ୍ପ ନିକଟରେ ଧାରଣା ଦିଆଯିବା ସମୟରେ ଏହି ଅଭାବନିୟ ଘଟଣାଟି ଘଟିଯାଇଛି ।
ସୁଚନାଅନୁଯାଇ , ସେହି ସମୟରେ ଦୁଇ ଗୋଷ୍ଠିଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା, ହଠାତ୍ ସେଠାରେ ଗୁଳି ଫୁଟିବାର ଶଦ୍ଦ ଶୁଣାଯାଇଥିଲା । ତା’ ପରେ ଦେଖିଲା ବେଳକୁ ରବିନ୍ଦ୍ର ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି ବାଜିଛି । ରବିନ୍ଦ୍ରଙ୍କ କହିବାଅନୁଯାଇ ଚିନ୍ମୟ ବଡ଼ଜେନା ନାମକ ଜଣ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଏନେଇ ସ୍ଥାନୀୟ ବାସୀନ୍ଧାମାନେ ଟାୟାର ଜଳି ରାସ୍ତା ରୋକ କରିଥିଲେ । ଏହି ଜୋନ୍ର ଏ.ସିପି ସୂଚନା ପାଇବା ମାତ୍ରେ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଅରମ୍ଭ କରିଥିଲେ ଏବଂ ସେହି ଅଞ୍ଚଳ କୁ ନିଜ ଅଧିନକୁ ନେଇଥିଲେ । ସେଠାରେ ସୁରକ୍ଷା ବଳ କଡ଼ା କଡ଼ି କରାଯାଇଛି ଓ ପୁଲିସ୍ କହିବା ଅନୁଯାଇ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଥିବା ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁଚନା ଦେଇଛନ୍ତି ।