ଡିସିପି ଅଫିସ୍ ପରିସରରେ ପତାକା ଉତ୍ତୋଳନ କଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ

ଭୁବନେଶ୍ୱର: ଆଜି ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଦିଲ୍ଲୀଠୁ ପଲ୍ଲୀ ସବୁଠି ଚଳଚଞ୍ଚଳ । ଏହି ଅବସରରେ ଡିସିପି ଅଫିସ୍ ପରିସରରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ଦ୍ୱାରା ଫ୍ଲାଗ୍ ହୋଷ୍ଟିଂ କରାଯାଇଥିଲା । ସେହିପରି ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଛି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଷୀ ଲାଲ ଏହାକୁ ନେତୃତ୍ୱ ନେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଭବ୍ୟ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଗାନ୍ଧିମାର୍ଗରେ ଆରମ୍ଭ ହୋଇଛି ଭବ୍ୟ ପରେଡ଼ । ଏଥିରେ ଭାଗ ନେଇଛନ୍ତି ୫୦ କଣ୍ଟିଜେଣ୍ଟ ।