ଭୁବନେଶ୍ୱର: ଭୁବନେଶ୍ବର ବିମାନ ବନ୍ଦରରେ ବିମାନରେ ପକ୍ଷୀ ମାଡ଼ ଘଟଣା ପରେ ବିଏମସିର ପଦକ୍ଷେପ। ବିମାନବନ୍ଦର ପାଖ ଜାଗମରା ରାସ୍ତାରେ ଥିବା ୫୦ ରୁ ଉର୍ଦ୍ଧ ଆମିଷ ଓ ଫାଷ୍ଟ୍ ଫୁଡ୍ ଦୋକାନ ଉଚ୍ଛେଦ କରାଯିବ। ୩ ଟି ଏନଫୋର୍ସମେଣ୍ଟ ଟିମ୍ ସହାୟତାରେ ଚାଲିଛି ଉଚ୍ଛେଦ। ଭୁବନେଶ୍ବର ବିମାନ ବନ୍ଦରରେ ଅଳ୍ପକେ ବଡ଼ ଧରଣର ବିମାନ ଦୁର୍ଘଟଣା ରୁ ବର୍ତ୍ତିଥିଲା । ବିମାନ ଉଡାଣ ପରେ ପକ୍ଷୀ ସହ ଯୋଗୁଁଜରୁରୀ ଅବତରଣ କରିଥିଲା ଏୟାର ଏସିଆର ଭୁବନେଶ୍ୱରରୁ ପୁନେ ଯାଉଥିବା E9J12E ବିମାନ ।ସେପଟେ ଘଟଣା ପରେ ବିଭିନ୍ନ ବିଭାଗ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ବିମାନ ବନ୍ଦର କର୍ତ୍ତୃପକ୍ଷ ବିମାନବନ୍ଦର ସଂଲଗ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିଏମସି ପକ୍ଷରୁ ଜୋରଦାର ହୋଇଛି ଉଛେଦ ଅଭିଯାନ । ରେଡ୍ ଜୋନ ଅଞ୍ଚଳରେ ଫୁଡଷ୍ଟଲ ଓ ଖାଦ୍ୟ ବିକ୍ରିବଟା ଉପରେ ଲାଗିଛି କଟକଣା ।