ଭକ୍ତଙ୍କ ପାଇଁ ଖୋଲିଲା ଚନ୍ଦନେଶ୍ଵର ମନ୍ଦିର
କରୋନା କଟକଣା କାରଣରୁ ଦୀର୍ଘ ଦିନ ପରେ ଭକ୍ତଙ୍କ ପାଇଁ ଖୋଲିଲା ବାଲେଶ୍ଵର ଜିଲ୍ଲା ଭୋଗରାଇରେ ଶୈବପୀଠ ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର।
(ବାଲେଶ୍ଵର) : କରୋନା କଟକଣା କାରଣରୁ ଦୀର୍ଘ ଦିନ ପରେ ଭକ୍ତଙ୍କ ପାଇଁ ଖୋଲିଲା ବାଲେଶ୍ଵର ଜିଲ୍ଲା ଭୋଗରାଇରେ ଶୈବପୀଠ ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର। ଚନ୍ଦନେଶ୍ଵରଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଭକ୍ତମାନେ ମାସ୍କ ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କରିବେ। କୋଭିଡ ଗାଇଡଲାଇନ୍ ମଧ୍ୟରେ ସମସ୍ତ ବ୍ୟବସ୍ଥା କରିବା ଲାଗି ଜିଲ୍ଲା ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଶନିବାର ମନ୍ଦିର ବନ୍ଦ ରହିବ। ସକାଳ ୬ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ।
ସୂଚନାନୁଯାୟୀ , କରୋନା କଟକଣା ମଧ୍ୟରେ ସମସ୍ତ ଗାଇଡଲାଇନ୍ ଅନୁପାଳନ କରି ମନ୍ଦିର ଭିତରକୁ ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ। ମାତ୍ର ମନ୍ଦିର ଭିତରକୁ ଭୋଗ ନେଇ ପାରିବେ ନାହିଁ ।