ଆଜିଠୁ ପର୍ଯ୍ୟଟକଙ୍କୁ ଭିତରକନିକା ମନା

ଦୀର୍ଘ ୩ ମାସ ଯାଏ  ଭିତରକନିକା ବନ୍ଦ ରହିବ ।

(ଭିତରକନିକା) : ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବି ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ।  ଦୀର୍ଘ ୩ ମାସ ଯାଏ  ଭିତରକନିକା ବନ୍ଦ ରହିବ । ତେବେ ମେ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ବିରଳ କୁମ୍ଭୀରଙ୍କ ପ୍ରଜନନ ଋତୁ ହେତୁ ବିଭାଗ ଏପରି ନିଷ୍ପତି ନେଇଛି ବୋଲି ସୂଚନା ମିଳିଛି ।

 

ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଆଜିଠାରୁ ଜୁଲାଇ ୩୧ ତାରିଖ ଯାଏ ୩ମାସ ଧରି ଭିତରକନିକାକୁ ପ୍ରବେଶ ନିଷେଧ କରାଯାଇଛି।  ଏହି ସମୟରେ ମା କୁମ୍ଭୀର ଅଧିକ ହିଂସ୍ର ହୋଇଥାଏ। କୁମ୍ଭୀରମାନେ ସ୍ଥଳ ଭାଗକୁ ଉଠି ସୁରକ୍ଷିତ ସ୍ଥାନ ଦେଖି ବସା ବାନ୍ଧି ଅଣ୍ତା ଦେଇଥାନ୍ତି। ବିରଳ ବଉଳା କୁମ୍ଭୀରଙ୍କ ପାଇଁ ଭିତରକନିକା ପ୍ରସିଦ୍ଧି ଲାଭ କରିଛି।