ମୋକିମଙ୍କ ବହିଷ୍କାର ନେଇ ଭକ୍ତ ଦାସଙ୍କ ବଡ଼ ବୟାନ, ସୋଫିଆଙ୍କୁ କଲେ ପ୍ରଶଂସା

ଭୁବନେଶ୍ଵର: ମୋକିମଙ୍କ ବହିଷ୍କାର ନେଇ ଭକ୍ତ ଦାସଙ୍କ ବଡ଼ ବୟାନ । ମୋକିମ ବାବୁ ଥରେ ଦଳରୁ ବହିଷ୍କୃତ ହୋଇଥିଲେ, କାରଣ କହିବିନି । ମୁଁ ପ୍ରଚାର କମିଟି ଅଧ୍ୟକ୍ଷ ହେଲା ପରେ ଆସେଟ ହେବେ ଭାବି ଫେରାଇ ଆଣିଥିଲି । ସେ ଯେଉଁ ଚିଠି ଲେଖିଛନ୍ତି, ତାହା ସେ ନିଜେ ଲେଖିଲା ପରି ଲାଗୁନି । ଚର୍ଚ୍ଚା ହେଉଛି ଓଡ଼ିଶା କଂଗ୍ରେସ ଉପରେ, ଚିଠିରେ କିନ୍ତୁ କିଛି ଅଲଗା ଅଛି । ୩/୪ଟି ପଏଣ୍ଟରୁ ରାଷ୍ଟ୍ରୀୟ ଦଳକୁ ମାର୍ଗଦର୍ଶନ, ନେତୃତ୍ବକୁ ପ୍ରଶ୍ନ କରାଯାଇଛି । ବିଜେପିର ବଡ଼ ନେତୃତ୍ବ ଡ୍ରାଫ୍ଟିଂ କଲା ଭଳି ଲାଗୁଛି ବୋଲି କହିଛନ୍ତି ଭକ୍ତ ଦାସ୍ । ଭକ୍ତ ଆହୁରି କହିଛନ୍ତି, ପରିସ୍ଥିତିରେ ପଡ଼ି ସେ ଚିଠିରେ ଦସ୍ତଖତ କରି ପଠାଇଥିବେ । ତାଙ୍କୁ ପରିପ୍ରକାଶ କରିବା ପାଇଁ ବାଧ୍ୟ କରାଯାଇ ପାରିଥାଏ । ସେ ଯେଉଁ ରାଜନୈତିକ ପଦକ୍ଷେପ ନେବେ ମୁଁ ଶୁଭକାମନା କରୁଛି । ସୋଫିଆ ଜଣେ ଉଦୀୟମାନ ଝିଅ, ତାଙ୍କ ଭବିଷ୍ୟତ ସିଏ ସ୍ଥିର କରିବେ । ଆମର ଆଶୀର୍ବାଦ ତାଙ୍କ ଉପରେ ଅଛି, ସେ ଆଗକୁ ଯାଇପାରିବେ ବୋଲି କହିଛନ୍ତି ଭକ୍ତ ଦାସ ।