ମୁମ୍ବାଇ: ଇସ୍ତଫା ଦେଇପାରନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ । କାରଣ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ନାରେ ଇସ୍ତଫା ଦେବାର ଇଚ୍ଛା ପ୍ରକାଶ କରିଛନ୍ତି। ସେ ପ୍ରକାଶ କରିଛନ୍ତି ଯେ ସେ ନିଜର ଆଗାମି ଦିନ ଗୁଡିକୁ ପଢ଼ିବା ଏବଂ ଲେଖିବାରେ ବିତାଇବାକୁ ଚାହୁଁଛନ୍ତି । ସମସ୍ତ ପ୍ରକାର ରାଜନୈତିକ ଦାୟିତ୍ବରୁ ସେ ସ୍ୱାଧୀନତା ଚାହୁଁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଅତ୍ୟନ୍ତ ସମ୍ମାନର ବିଷୟ ଯେ, ମୁଁ ମହାରାଷ୍ଟ୍ରର ରାଜ୍ୟପାଳ ଭାବରେ କାର୍ୟ୍ୟ କରିବାର ସୁଯୋଗ ପାଇଲି। ସେହି ମହାରାଷ୍ଟ୍ରର । ଯାହା ସାଧୁ ତଥା ସାମାଜିକ କର୍ମୀଙ୍କ ଦେଶ। ଗତ ତିନିବର୍ଷ ମଧ୍ୟରେ ମୁଁ ମହାରାଷ୍ଟ୍ରର ଲୋକଙ୍କଠାରୁ ପାଇଥିବା ଭଲପାଇବାକୁ କେବେ ବି ଭୁଲି ପାରିବି ନାହିଁ। ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ସେ ଏହି ଇଚ୍ଛା ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇ ଗସ୍ତରେ ଆସିଥିଲେ ସେତେବେଳେ ମୁଁ ତାଙ୍କୁ ସ୍ପଷ୍ଟ ଭାବେ କହିଥିଲି ଯେ ମୁଁ ରାଜନୈତିକ ଦାୟିତ୍ବରୁ ମୁକ୍ତ ହେବାକୁ ଚାହୁଁଛି ।