(ରିପୋର୍ଟରସ ଟୁଡେ,ଭଦ୍ରକ): ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ପଜିଟିଭ୍ ଥିବା ସୁଚନା ମିଳିଛି । ଏନେଇ ସେ ନିଜେ ଟୁଇଟ୍ କରି ସୁଚନା ଦେଇଛନ୍ତି ।
ସେ ନିଜ ଟୁଇଟର ପେଜରେ ରେ ଲେଖିଛନ୍ତି ଯେ, କରୋନା ଲକ୍ଷଣ ଥିବା ଜଣାପଡିବା ପରେ ସେ ନିଜ କରୋନା ଟେଷ୍ଟ କରାଇଥିଲେ । ଟେଷ୍ଟ ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ସେ ହୋମ୍ କ୍ୱାରେନଟାଇନରେ ଅଛନ୍ତି । ସେ ଅନୁରୋଧ କରିଛନ୍ତି ଯେ ଯେଉଁ ମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ ।
ସୁଚନା ଥାଉ କି, ଗତକାଲି ଭଦ୍ରକ ବିଧାୟକ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇବାକୁ ପରାମର୍ଶ ଦେଇଛନ୍ତି ।