(ହେମନ୍ତ କୁମାର ନାୟକ) : ଗତକାଲି ଦିନ କଳାହାଣ୍ଡି ଅନୁସୂଚିତ ଜାତି , ଅନୁସୂଚିତ ଜନଜାତି , ପଛୁଆବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ମିଳିତ ଆନୁକୂଲ୍ୟରେ ଭବାନୀପାଟଣା କଲେଜରେ ଛକ ଠାରୁ ଏକ ରାଲି ବାହାରି ସହର ପରିକ୍ରମା କରି କଳାହାଣ୍ଡି ଜିଲ୍ଲାପାଳଙ୍କ ଅଫିସ ମମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଗତ ୯ ତାରିଖ ନିୟୁ ଦିଲ୍ଲୀ ଯନ୍ତରମନ୍ତର ଠାରେ ଭାରତର ସମ୍ବିଧାନକୁ ପୋଡି ଦେଇ ଥିବା ହେତୁ , ଉକ୍ତ ସଭାରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ , ସହ ସହ ସଂଖ୍ୟା ରେ ସମ୍ବିଧାନ ପୋଡା ଯାଇଥିବା ବିରୁଦ୍ଧରେ ପ୍ରତିବାଦ କରିଥିଲେ ଏବଂ ଉକ୍ତ ସଭାରେ ବେଦ, ମନୁସଂହିତା ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପୋଡା ଯାଇ ଥିଲା । ଭାରତର ରାଷ୍ଟ୍ରପତିଙ୍କ ଜରିଆରେ ସମ୍ବିଧାନ ପୋଡିଥିବା ବକ୍ତି ମାନକୁଂ ଗିରଫ କରାଯାଇ , ଦେଶ ଦ୍ରୋହ ମାମଲାରେ ଗିରଫ କରାଯାଇ ଫାଶୀ ଦଣ୍ଡ ରେ ଦଣ୍ଡିତ କରିବାକୁ ଦାବି କରିଥିଲେ ।