ଆବଶ୍ୟକ ସାମଗ୍ରୀ: ବେସନ, ଲୁଣ, ତେଲ, ଚାଟ ମସଲା,ଲଙ୍କା ପାଉଡର
ପ୍ରସ୍ତୁତି ପ୍ରଣାଳୀ: ବେସନ ଦୋସା ତିଆରି କରିବା ପାଇଁ ପ୍ରଥମେ ଏକ ପାତ୍ରରେ ବେସନ ନିଅନ୍ତୁ । ପରେ ଅନ୍ୟ ଏକ ପାତ୍ରରେ ଅଳ୍ପ ପାଣି ଆଣି ସେଥିରେ ବେସନ ପକାଇ ତାକୁ ଗୋଳାଇ ଦିଅନ୍ତୁ । ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ପରେ ଏହାକୁ ୫ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଗୋଳାନ୍ତୁ । ପରେ ଦୋସା ପାଇଁ ମସଲା ପ୍ରସ୍ତୁତ କରନ୍ତୁ । ଏହାପରେ ଗ୍ୟାସରେ ତାୱା ବସାଇ ଗରମ କରନ୍ତୁ ।
ତାୱା ଗରମ ହେବା ସେଥିରେ ଅଳ୍ପ ତେଲ ପକାଇ ଦିଅନ୍ତୁ । ପରେ ସେଥିରେ ଗୋଳାଇ ରଖିଥିବା ବେସନକୁ ପକାଇ ଦୋସା ଆକାରରେ ଗଢ଼ନ୍ତୁ । ସେଥିରେ ଦୋସା ପାଇଁ ତିଆରି କରିଥିବା ମସଲାକୁ ତା’ଉପରେ ପକାଇ ଦିଅନ୍ତୁ ଓ କିଛି ତେଲ ମଧ୍ୟ ତା’ ଉପରେ ପକାଇ ଦିଅନ୍ତୁ । କିଛି ସମୟ ପରେ ଏହାକୁ ତାୱାରୁ କାଢ଼ି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ବେସନ ଦୋସା । ଏହାକୁ ଆପଣ ଚଟଣୀ ଓ ସମ୍ବର ସହ ଖାଇ ପାରିବେ ।