ବ୍ରହ୍ମପୁର: ବ୍ରହ୍ମପୁରରେ ବିଜେପି ନେତା ତଥା ବରିଷ୍ଠ ଆଇନ୍ଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା । ଘର ନିକଟ ବୈକୁଣ୍ଠନଗର ମୁଖ୍ୟ ଗଳିରେ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କଲେ ୨ ଦୁର୍ବୃତ୍ତ । ବ୍ରହ୍ମପୁର MKCGରେ ମୃତ ଘୋଷଣା କଲେ ଡାକ୍ତର । ରାଜ୍ୟ ଆଇନ୍ଜୀବୀ ପରିଷଦର ସଦସ୍ୟ ଥିଲେ ପୀତବାସ ପଣ୍ଡା ।

ମିଳିଥିବା ସୂଚନା ଅନୁସାରେ, ତାଙ୍କ ଘର ବାହାରେ ରାତି ପ୍ରାୟ ୧୦ଟା ସମୟରେ ବାଇକ୍ରେ ଆସି ଦୁର୍ବୃତ୍ତ ମାନେ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୀତବାସ ପଣ୍ଡା ରାଜ୍ୟ ଆଇନ୍ଜୀବୀ ପରିଷଦର ଜଣେ ସକ୍ରିୟ ସଦସ୍ୟ ଥିଲେ । ଦୁର୍ବୃତ୍ତ ମାନେ ଫେରାର ଥିବାବେଳେ ପୋଲସ ସେମାନଙ୍କୁ ଧରିବାକୁ ତଦନ୍ତ ଆରମ୍ଭ କରିଦେଇଛି । ପିତବାସ ପୂର୍ବରୁ କଂଗ୍ରେସ ଦଳରେ ରହିଥିବା ବେଳେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଦଳରେ ସାମିଲ ହୋଇଥିଲେ । ଏପରିକି ସେ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ ।