ବେଲପାହାଡ଼ ମ୍ୟୁନିସିପାଲିଟି ଦୁର୍ନୀତି ଘଟଣା, ମୟୂରଭଞ୍ଜ ଜାମଦାର ତହସିଲଦାର ମଧୁସ୍ମିତା ସିଂ ଗିରଫ

ସୁନ୍ଦରଗଡ: ମୟୂରଭଞ୍ଜ ଜାମଦାର ନିଲମ୍ବିତ ତହସିଲଦାର ଗିରଫ । ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂ ଗିରଫ । ମଧୁସ୍ମିତାଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା । ୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ମଧୁସ୍ମିତାଙ୍କୁ ଗିରଫ କରିଛି EOW । ପୂର୍ବରୁ ବେଲପାହାଡ଼ NAC କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲା ବେଳେ ହୋଇଥିଲା ହେରଫେର୍‌ ।

ସୂଚନା ଅନୁସାରେ, ଗତ ୩୧ ତାରିଖରେ ବେଲପାହାଡ଼ ମ୍ୟୁନିସିପାଲିଟି ଦୁର୍ନୀତି ଘଟଣାରେ ଆଉ ଏକ କାର୍ଯ୍ୟାନୁଷ୍ଠାନ ନେଇ ତତ୍କାଳୀନ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂଙ୍କୁ ନିଲମ୍ବିତ କରିଥିଲା ରାଜସ୍ଵ ବିଭାଗ । ସ୍ବତନ୍ତ୍ର ଅଡିଟ୍ ରିପୋର୍ଟ ଦାଖଲ ପରେ ରାଜସ୍ବ ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା । କହିରଖୁଛୁ ଯେ ବେଲପାହାଡ଼ ମ୍ୟୁନିସିପାଲିଟି ଦୁର୍ନୀତି ଘଟଣାରେ ୪ କୋଟିରୁ ଅଧିକ ଟଙ୍କାର ହୋଇଥିବା ଦୁର୍ନୀତିର ତଦନ୍ତ କରୁଛି EOW । ପୂର୍ବରୁ ଏହି ମାମଲାରେ ମ୍ୟୁନିସିପାଲିଟିର ଆକାଉଣ୍ଟାଣ୍ଟ ଗିରଫ ହୋଇଛନ୍ତି ।