ସମ୍ବଲପୁର: ଜେଲ୍ ଗଲେ ନିଲମ୍ବିତ ଜାମଦା ତହସିଲଦାର ମଧୁସ୍ମିତା ସିଂ । ସମ୍ବଲପୁର ଓପିଆଇଡି କୋର୍ଟରେ ହାଜର ପରେ ଜେଲ୍ ଗଲେ ମଧୁସ୍ମିତା । ମହିଳା ବନ୍ଦୀଙ୍କ ପାଇଁ ନିର୍ମିତ ନାରୀ ବନ୍ଦୀ ନିକେତନ ଜେଲ୍କୁ ଗଲେ ମଧୁସ୍ମିତା ସିଂ । ଗତ ସେପ୍ଟେମ୍ବର ୨ ତାରିଖ ଦିନ ଜାମଦା ତହସିଲଦାର ମଧୁସ୍ମିତା ସିଂଙ୍କୁ ଗିରଫ କରିଥିଲା ଇଓଡବ୍ଲୁ । ୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ମଧୁସ୍ମିତାଙ୍କୁ ଗିରଫ କରିଥିଲା ଅର୍ଥନୈତିକ ଅପରାଧ ଶାଖା । ପୂର୍ବରୁ ବେଲପାହାଡ଼ NAC କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲା ବେଳେ ହୋଇଥିଲା ହେରଫେର୍ ।
ସୂଚନା ଅନୁସାରେ, ଗତ ୩୧ ତାରିଖରେ ବେଲପାହାଡ଼ ମ୍ୟୁନିସିପାଲିଟି ଦୁର୍ନୀତି ଘଟଣାରେ ଆଉ ଏକ କାର୍ଯ୍ୟାନୁଷ୍ଠାନ ନେଇ ତତ୍କାଳୀନ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂଙ୍କୁ ନିଲମ୍ବିତ କରିଥିଲା ରାଜସ୍ଵ ବିଭାଗ । ସ୍ବତନ୍ତ୍ର ଅଡିଟ୍ ରିପୋର୍ଟ ଦାଖଲ ପରେ ରାଜସ୍ବ ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା । କହିରଖୁଛୁ ଯେ ବେଲପାହାଡ଼ ମ୍ୟୁନିସିପାଲିଟି ଦୁର୍ନୀତି ଘଟଣାରେ ୪ କୋଟିରୁ ଅଧିକ ଟଙ୍କାର ହୋଇଥିବା ଦୁର୍ନୀତିର ତଦନ୍ତ କରୁଛି EOW । ପୂର୍ବରୁ ଏହି ମାମଲାରେ ମ୍ୟୁନିସିପାଲିଟିର ଆକାଉଣ୍ଟାଣ୍ଟ ଗିରଫ ହୋଇଛନ୍ତି ।