(ଓମ୍ ପ୍ରକାଶ ମିଶ୍ର / ସୋନପୁର): ରାସ୍ତା ପାଲଟିଛି ମରଣଯନ୍ତା । ଲୋକଙ୍କ ଗମନା ଗମନ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ସରକାର ଅନେକ ରାସ୍ତାଘଟ ର ମରାମତି ନାଁରେ ମଧ୍ୟ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଅଂଚଳରେ ଆଜିବି ଏଭଳି ରାସ୍ତା ରହିଛି ଯେଉଁ ରାସ୍ତାଦେଇ ଗାଡିମୋଟର ଚଳାଚଳ ଦୂରର କଥା ଚାଲିଚାଲି ଯିବା ଅସିବାବି ମୁସ୍କିଲ ହୋଇପଡିଛି ।ରାମପୁର ମୁଖ୍ୟ ରାସ୍ତାରୁ ଆନ୍ଧ୍ରା ଡେରା,ସାଲେପାଲି ,ଖୁଂଟପାଲି ଗାଁ ଦେଇ ଯାଇଛି ରେକପଏଂଟ ପର୍ୟ୍ୟନ୍ତ ଏହି ସଂର୍କିର୍ଣ୍ଣ ଜରାଜିର୍ଣ୍ଣ ରାସ୍ତା । ରାସ୍ତାସାରା ଖାଲ ଖମାରେ ଭର୍ତି । ରାସ୍ତାର ଗୋଟିଏ ପଶ୍ୱରେ ଗାଁ ଅନ୍ୟ ପାଶ୍ୱରେ କେନାଲ ରହିଥିବା ଦେଖିବାକୁ ମିଳିଛି । ଗାଡି ମୋଟର ଯିବାତ ଦୂରର କଥା ଚାଲି ଚାଲି ଯିବା ଆସିବା ବି ମୁସ୍କିଲ ହୋଇପଡିବ ଏହି ରାସ୍ତାରେ । ଦିନେକି ଦୁଇଦିନ ନୁହେଁ ଦିର୍ଘ ବର୍ଷରୁ ଏହି ରାସ୍ତାର ଅବସ୍ଥା ଏହିଭଳି ବେହାଲ ହୋଇପଡଥିଲେବି କାହାରି ନିଘାନାହିଁ । ରାସ୍ତା ଅବସ୍ଥା ସୁଧାରିବାକୁ ବାରମ୍ବାର ସ୍ଥାନୀୟ ଲୋକେ,ଏବଂ ଟ୍ରକ ଆଶୋସିଏସନ ପକ୍ଷରୁ ଦାବୀ ଜଣାଇଆସୁଥିଲେବି ପ୍ରଶାସନ ଶୁଣୁନଥିବାର ଅଭିଯୋଗ ହୋଇଛି । ଏନେଇ ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ମଧ୍ୟ ବାରମ୍ବାର ଅଭିଯୋଗ କରାଯାଇଥିଲେବି ଫଳ କିଛିହେଉନଥିବାର ଅଭିଯୋଗ ହୋଇଛି । ଅପରପକ୍ଷରେ ରାସ୍ତା ମରାମତି ପାଇଁ ଯାହାବି ସମସ୍ୟା ରହିଛି ଖୂବଶିଘ୍ର ସମାଧାନ କରାଯାଇ ରାସ୍ତାର ଉନ୍ନତିକରଣ କରାଯିବବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।ବେହାଲ ରାସ୍ତା ଅବସ୍ଥାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାରୁ ଗ୍ରାମବାସୀ ମାନେ କଣ କହୁଛନ୍ତି ଆସନ୍ତୁ ଶୁଣିବା ।