ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଆଇଆଇସି ବିଶ୍ୱଜିତ ରାଉତରାୟଙ୍କୁ ବଦଳି । ଆଇଆଇସିଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କଲେ ଖୋର୍ଦ୍ଧା ଏସପି । ଥାନାରେ ଥିବା ଜବତ ବାଣ ଓ ମଦ ଚାଲାଣ ଘଟଣାରେ ବିବାଦୀୟ ଥିଲେ ଆଇଆଇସି ବିଶ୍ୱଜିତ ରାଉତରାୟ । ଏନେଇ ଆଇଆଇସିଙ୍କ ସମେତ ଅନ୍ୟ କିଛି ପୋଲିସ କର୍ମଚାରୀଙ୍କୁ ମଧ୍ୟ ଅଦଳବଦଳ କରାଯାଇଥିବା କୁହାଯାଉଛି । ଏହି ଘଟଣାକୁ ନେଇ ହୋମଗାର୍ଡଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା ।