ଗିନିଜ ବୁକ୍ ଅଫ୍ ୱାଲର୍ଡ ରେକର୍ଡସରେ ସ୍ଥାନ ପାଇଲା ବିର୍ସାମୁଣ୍ଡା ଷ୍ଟାଡିୟମ

ଭୁବନେଶ୍ବର: ବିଶ୍ୱର ସବୁଠାରୁ ବୃହତ୍ତ ଷ୍ଟାଡିୟମ ହେଉଛି ରାଉଲକେଲା ବିର୍ସାମୁଣ୍ଡା ଷ୍ଟାଡିୟମ । ଯେଉଁଠି ଚାଲିଛି ହକି ବିଶ୍ୱକପ ୨୦୨୩ । ଦୁଇ ଦୁଇଥର ହକି ବିଶ୍ୱକପ ଏହି ଷ୍ଟାଡିୟମରେ ହୋଇସାରିବା ପରେ ଓଡିଶା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ତେବେ ଏବେ ଓଡିଶା ପାଇଁ ଆସିଛି ଗୈାରବର ମୁହୂର୍ତ୍ତ । ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡସରେ ସ୍ଥାନ ପାଇଛି ବିର୍ସାମୁଣ୍ଡା ଷ୍ଟାଡିୟମ । ଯାହା ଭାରତବର୍ଷର କ୍ରୀଡା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡି ହୋଇଛି । ପୂର୍ବରୁ ଏହି ଷ୍ଟାଡିୟମ ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମ କି ନାହିଁ ଦ୍ୱନ୍ଦ ରହିଥିବା ବେଳେ ଅଫିସିଆଲ ମାନ୍ୟତା ପାଇବା ପରେ ସମସ୍ତଙ୍କ ଭିତରେ ଥିବା ଦ୍ୱନ୍ଦ ଦୂର ହୋଇଛି । ପୂର୍ବରୁ FIH ସଭାପତି ତୟାବ ଇକ୍ରମ ମଧ୍ୟ ବିର୍ସାମୁଣ୍ଡା ଷ୍ଟାଡିୟମକୁ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ୍ ବୋଲି କହିଥିଲେ । ସେ କହିଥିଲେ ‘ବିର୍ସାମୁଣ୍ଡା ଭଳି ଷ୍ଟାଡିୟମ ବିଶ୍ବରେ ଗୋଟିଏ । ସେଠାରେ ୨୧ ହଜାର ୮୦୦ ଦର୍ଶକଙ୍କ ବସିବା ସୁବିଧା ରହିଛି । ତେବେ ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡସରେ ସ୍ଥାନ ପାଇବା ଖବର ଜାଣିବା ପରେ ୫ଟି ସଚିବ ଭିକେ ପାଣ୍ଡିଆ , ମୁଖ୍ୟମନ୍ତ୍ରୀ ଖସିଖବର ପ୍ରଥମେ ଜଣାଇବା ପାଇଁ ଯାଇଥିଲେ । ଆଉ କହିଥିଲେ ,ଓଡିଶା ପାଇଁ ଆସିଛି ଗୈାରବର ମୁହୂର୍ତ୍ତ, ବିର୍ସାମୁଣ୍ଡା ଷ୍ଟାଡିୟମ ପାଇଛି ଗିନିଜ ବୁକରେ ସ୍ଥାନ । ତେବେ ଏହି ଖୁସିର ମୁହୂର୍ତ୍ତକୁ ସୋସିଆଲ ମିଡିଆରେ ସେୟାର କରାଯାଇ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ସଚିବ ଭିକେ ପାଣ୍ଡିଆନ । ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି ‘ସମସ୍ତଙ୍କର ପ୍ରୟାସ, ସହଭାଗୀତା ଓ ଏକ ହୋଇ କାମ କରିବା ଫଳରେ ଓଡିଶାକୁ ସଫଳତା ମିଳିଛି । ମାତ୍ର ୧୫ ମାସରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ୍ ନିର୍ମାଣ କରିବା ଏକ ମିରାକିଲ୍ । ମାତ୍ର ଓଡ଼ିଶାର ନିଷ୍ଠାପର ଉଦ୍ୟମ ଏହାକୁ ବାସ୍ତବ ରୂପ ଦେଇଛି ।’ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି ଫାଇଭ ଟି ସଚିବ ।