ଗତ ବର୍ଷଠୁ ୪ ଗୁଣା ବଢିବ ବେଡ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଗତ କିଛି ଦିନ ହେବା ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଗତବର୍ଷ ଅପେକ୍ଷା ୪ରୁ ୫ ଗୁଣା ଅଧିକ ଶଯ୍ୟା ବ୍ୟବସ୍ଥା କରାଯାଉଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ମିଶ୍ରଙ୍କ ଅନୁଯାୟୀ, କରୋନା ଚିକିତ୍ସା ପାଇଁ ୪ଟି ଶ୍ରେଣୀରେ ବେଡ ଦରକାର । ସେସବୁ ଯଥାକ୍ରମେ ସାଧାରଣ ବେଡ, ଅକ୍ସିଜେନ ଯୁକ୍ତ ବେଡ, ଆଇସିୟୁ ବେଡ ଓ ଆଇସିୟୁ ସହ ଭେଣ୍ଟିଲେଟର ସଂଯୁକ୍ତ ବେଡ । ତେବେ ଆଇସିୟୁ ପାଇଁ ବ୍ୟାପକ ସେଟପର ଆବଶ୍ୟକତା ରହିଛି ତେଣୁ ଆଇସିୟୁ ବେଡ ବଢାଇବା ସମ୍ଭବ ନୁହେଁ । ତେଣୁ ୨ ଗୁଣା ଆଇସିୟୁ ବେଡ ବୃଦ୍ଧି କରିବାକୁ ହେବ । ସେ ଆହୁରି କହିଛନ୍ତି କି, ନିୟମ ଅନୁଯାୟୀ, ୧୦୦ ବେଡରେ ୬ ଟି ଆଇସିୟୁ ବେଡ ରହିବା ଦରକାର । ବର୍ତ୍ତମ।।ନର ସ୍ଥିତିକୁ ନେଇ ଅକ୍ସିଜେନ ସପୋର୍ଟ ବେଡ ଅଧିକ ରଖିବାକୁ ନିଷ୍ପତ୍ତି ହୋଇଛି । କେବଳ ଗୁରୁତର ରୋଗୀଙ୍କୁ ଆଇସିୟୁରେ ରଖାଯିବ ।
ମିଶ୍ର କହିଛନ୍ତି, ବର୍ତ୍ତମାନ ଯେତିକି କୋଭିଡ ବେଡ ରହିଛି ସେଥିରୁ ୨୫ ପ୍ରତିଶତରେ ରୋଗୀ ରହିଛନ୍ତି । ୨୫୮ ଭେଣ୍ଟିଲେଟର ବେଡରୁ ୪୫ରେ ରୋଗୀ ରହିଛନ୍ତି । ରୋଗୀ ସଂଖ୍ୟା ବଢିଲେ ବେଡ ସଂଖ୍ୟା ବଢାଯିବ ବୋଲି ମିଶ୍ର କହିଛନ୍ତି ।