ବାରଙ୍ଗ: ବାରଙ୍ଗ ନନ୍ଦନକାନନରେ ଦେଖିବାକୁ ମିଳିଛି ଭାଲୁ ଆକ୍ରମଣ । ଭାଲୁ ଆକ୍ରମଣରେ ଜଣେ ଗାଇଡ ଗୁରୁତର ହୋଇଥିବା ସୂଚନା ମିଳିଛି । ସଫାରୀରେ ଭାଲୁ ଦେଖିବା ସମୟରେ ଭାଲୁ ଜଣେ ଗାଇଡଙ୍କ ଉପରେ ଆକ୍ରମଣ କରିଛି ।
ସୂଚନା ଅନୁସାରେ, ଆଜି ସନ୍ଧ୍ୟା ୫.୧୫ ସମୟରେ ଜଣେ ଗାଇଡ ସଫାରୀରେ ଥିବା ଏକ ଦେଶୀ ଭାଲୁକୁ କିଛି ଖାଦ୍ୟ ଦେଉଥିଲେ । ଏହି ସମୟରେ ଭାଲୁଟି ତାଙ୍କ ଉପରକୁ ହଠାତ ଆକ୍ରମଣ କରିଥିଲା । ଗାଇଡଙ୍କ ହାତକୁ ଟାଣି କ୍ଷତ ବିକ୍ଷତ କରି ଦେଇଛି ଭାଲୁ । ଫଳରେ ଗାଇଡ ଜଣକ ଗୁରୁତର ଆହତ ହୋଇଛନ୍ତି । ଏହାପରେ ଆହତ ଗାଇଡଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ନନ୍ଦନକାନନର ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।