ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଜାଳେଣି କାଠ ସଂଗ୍ରହ କରିବା ସମୟରେ ଭାଲୁ ଆକ୍ରମଣରେ ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ରଙ୍ଗମାଟିଆ ଗାଁରେ ଏଭଳି ଘଟଣା ଘଟିଛି।

(ଭଦ୍ରକ) : ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ଜାଳେଣି କାଠ ସଂଗ୍ରହ କରିବା ସମୟରେ ଭାଲୁ ଆକ୍ରମଣରେ ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ରଙ୍ଗମାଟିଆ ଗାଁରେ ଏଭଳି ଘଟଣା ଘଟିଛି।

ଗୁରୁତର ଯୁବକଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଭାଲୁ ତାଙ୍କୁ ଆକ୍ରମଣ କରିବା ପରେ ଯୁବକ ଜଣକ ମଧ୍ୟ ଭାଲୁ ସହ ଲଢେ଼ଇ କରିଥିଲେ।

ସୂଚନାନୁଯାୟୀ, ରଙ୍ଗମାଟିଆ ଗାଁର ବ୍ରଜମୋହନ ନାଇକ ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡି ଯାଇଥିଲେ। ଶେଷରେ ଭାଲୁଟି ଯୁବକଙ୍କୁ ଛାଡି ଜଙ୍ଗଲ ଭିତରକୁ ପଳାଇଥିଲା। ସ୍ଥାନୀୟ ଲୋକେ ବ୍ରଜମୋହନଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି।