ବିସିସିଆଇ ପକ୍ଷରୁ ବୁଧବାର ଭାରତୀୟ ଦଳର ଜିମ୍ବାଓ୍ବେ ଗସ୍ତ ସମ୍ପର୍କରେ ଘୋଷଣା କରାଯାଇଛି। ଭାରତ ଆସନ୍ତା ଜୁଲାଇ ମାସରେ ଜିମ୍ବାଓ୍ବେ ଗସ୍ତ କରି ତିନିଟି ଟ୍ବେଣ୍ଟି-୨୦ ଖେଳିବ। ଏସବୁ ମ୍ୟାଚ୍ ଜୁଲାଇ ୨୩,୨୫ ଓ ୨୬ରେ ହାରାରେ ସ୍ପୋର୍ଟସ କ୍ଲବଠାରେ ଖେଳାଯିବ। ଭାରତର ଗୁରୁତ୍ବପୂର୍ଣ୍ଣ ଇଂଲଣ୍ଡ ଗସ୍ତ ପରେ ପରେ ଏହି ଗସ୍ତ ହେବ।
ଏହି ସିରିଜ୍ ଗୁରୁବାର, ଜୁଲାଇ ୨୩ ତାରିଖରେ ହରାରେରେ ପ୍ରଥମ ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍ ସହିତ ଆରମ୍ଭ ହେବ। ଦ୍ୱିତୀୟ ମ୍ୟାଚ୍ ଶନିବାର, ଜୁଲାଇ ୨୫ ତାରିଖରେ ହରାରେ ମଧ୍ୟ ଖେଳାଯିବ। ତୃତୀୟ ଏବଂ ଶେଷ ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍ ରବିବାର, ଜୁଲାଇ ୨୬ ତାରିଖରେ ସମାନ ସ୍ଥାନରେ ଖେଳାଯିବ। ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ଆନ୍ତର୍ଜାତୀୟ ଏବଂ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ସମାପ୍ତ କରିବା ପରେ ଜୁନ୍ ମାସରେ ଜିମ୍ବାୱେ ଅଭିମୁଖେ ଯାତ୍ରା କରିବ।
ଏହା ପୂର୍ବରୁ ଭାରତ ୨୦୨୪ରେ ଜିମ୍ବାଓ୍ବେ ଗସ୍ତ କରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିଥିଲା। ଏହି ଶୃଙ୍ଖଳାରେ ଭାରତ ୪-୧ରେ ବିଜୟୀ ହୋଇଥିଲା। ଅନ୍ୟପକ୍ଷରେ ଆସନ୍ତା ଜାନୁଆରୀ ମାସରେ ଜିମ୍ବାଓ୍ବେ ଦଳ ଭାରତ ଗସ୍ତ କରି ତିନିଟି ଦିନିକିଆ ଖେଳିବ। ଏସବୁ ଦିନିକିଆ ଜାନୁଆରି ୩, ୬ ଓ ୯ରେ ଯଥାକ୍ରମେ କୋଲକାତା, ହାଇଦ୍ରାବାଦ ଓ ମୁମ୍ବାଇରେ ଖେଳାଯିବ। ଆସନ୍ତା ବର୍ଷ ଦିନିକିଆ ବିଶ୍ବକପ୍ ହେବାକୁ ଥିବାରୁ ଭାରତର ପ୍ରସ୍ତୁତି ସମୀକ୍ଷା ଲାଗି ଏହି ଶୃଙ୍ଖଳା ବେଶ ସହାୟକ ହେବ ବୋଲି ମନେକରାଯାଉଛି।