ଋଷୁକୁଲ୍ୟା ଓ ବଡ଼ ନଦୀର ସଙ୍ଗମ ସ୍ଥଳ ରେ ବୁଡ଼ ପାଳନ

ଗଞ୍ଜାମ /  ରଜନୀକାନ୍ତ ପାତ୍ର:  ଗଞ୍ଜାମ ଜିଲ୍ଲା ଆସିକା ଠାରେ ଋଷୁକୁଲ୍ୟା ଓ ବଡ଼ ନଦୀର ପବିତ୍ର ସଙ୍ଗମ ସ୍ଥଳର ଉତ୍ତର ବାଙ୍କରେ ପ୍ରତି ବର୍ଷ ଚୈତ୍ରମାସ ରେ ବୁଡ଼ ପାଳନ କରାଯାଏ। ଲୋକଙ୍କ ବିଶ୍ୱାସ ଏହି ବୁଡ଼ ସ୍ଥଳରେ ପିତୃପୁରୁଷଙ୍କ ଅସ୍ତି ବିସର୍ଜନ କଲେ ସେମାନଙ୍କ ଆତ୍ମା ସଦଗତି ଲାଭ କରିଥାଏ। ତେଣୁ ଚଳିତ  ବର୍ଷ ଏହି ବୁଡ଼ ଶନିବାର ଦିନ ପଡ଼ିଥିବାରୁ ଏହା ଅଧିକ ଗୁରୁତ୍ଵପୂର୍ଣ୍ଣ । ତେଣୁ ସେଠାକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଛି । ଲୋକେ ଗଞ୍ଜାମ ର ବିଭିନ୍ନ ସ୍ଥାନରୁ ତଥା ଜିଲ୍ଲା ବାହାରୁ ମଧ୍ୟ ଆସି ନିଜ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିବା ସହ ଅସ୍ତି ବିସର୍ଜନ କରି ଫେରୁଛନ୍ତି। କୁହାଯାଏ ଏହି ଋଷୁକୂଲ୍ୟ ନଦୀ ଏକ ପୁଣ୍ୟତ୍ରୟା ନଦୀ ଏଠାରେ ଅସ୍ତି ବିସର୍ଜନ କଲେ ପିତୃପୁରୁଷଙ୍କ ସଦଗତି ପ୍ରାପ୍ତି ହୋଇଥାଏ । ସେଥିପାଇଁ ପ୍ରତି ବର୍ଷ ଏଠାକୁ ଲକ୍ଷାଧିକ ଲୋକଙ୍କ ସୁଅ ଛୁଟେ ଏହି ବୁଡ଼ ସମୟରେ।ଋଷୁକୁଲ୍ୟା ଓ ବଡ଼ ନଦୀର ସଙ୍ଗମ ସ୍ଥଳ ରେ ସ୍ନାନ କରି ପିତୃ ପୁରୁଷ ଙ୍କ ସକାଶେ ବାଲିରେ ପିତୁଲା ପ୍ରସ୍ତୁତ କରି ଶ୍ରଦ୍ଧା କରିଥାନ୍ତି । ପରେ ସମସ୍ତ ରୀତିନୀତି ଅନୁସାରେ ଅସ୍ତି ବିସର୍ଜନ କରି ବୁଡ଼ ତୋଟାରେ ଭୋଜି କରି ଫେରି ଥାନ୍ତି।