ପ୍ରଧାମମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ବରୁଣ ଗାନ୍ଧୀ

ନୂଆଦିଲ୍ଲୀ :  ତିନି ବିବାଦୀୟ କୃଷି ଆଇନ ପ୍ରତ୍ୟାବର୍ତ୍ତନ ଘୋଷଣା କରିବା ପରେ ବିଜେପି ସାଂସଦ ବରୁଣ ଗାନ୍ଧୀ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଗଝଚ ଗ୍ୟାରେଣ୍ଟି ଆଇନ ସହ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲକ୍ଷ୍ମୀପୁର ଖେରୀ ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ନ୍ୟାୟ ପ୍ରଦାନ ଏବଂ ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବରଖାସ୍ତ କରିବାକୁ ଦାବି କରିଛନ୍ତି। ଏଥି ସହ ସେ ଦେଶର ଚାଷୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଏବଂ ସମସ୍ତ ଶହୀଦ ଚାଷୀଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ଉଚିତ ବୋଲି ପ୍ରିୟଙ୍କା କହିଛନ୍ତି। ଏକଦା ବିଜେପିର ବରିଷ୍ଠ ସାଂସଦ ଥିବା ବରୁଣ ଗାନ୍ଧୀ ଏବେ ଏକ ପ୍ରକାର କଣଠେସା ହୋଇ ବିଜେପିରେ ରହିଛନ୍ତି । ତାଙ୍କୁ କୌଣସି ମନ୍ତ୍ରୀ ପଦ ମିଳିନଥିବା ବେଳେ ବିଜେପି କୋର କମିଟିରୁ ମଧ୍ୟ ବରୁଣ ଗାନ୍ଧୀଙ୍କୁ ହଟାଇ ଦିଆଯାଇଛି । ତେଣୁ ବିଭିନ୍ନ ସମୟରେ ବିଭିନ୍ନ ଘଟଣାରେ ବରୁଣ ଗାନ୍ଧୀ ବିଜେପି ବିରୋଧରେ ସ୍ବର ଉଠାଇ କେନ୍ଦ୍ର ସରକାରଙ୍କୁ ଅଡୁଆରେ ପକାଇଛନ୍ତି ।