( ଚିତରଞ୍ଜନ ସାହୁ) : ଜିଲ୍ଲାରେ ଦେଖାଦେଇଥିବା ଖରିଫ ଫସଲବୀମା ବିଭ୍ରାଟ କୁ ନେଇ ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେବାକୁ ଲାଗିଛି। ଶେଷରେ ଆଜି ତାଲା ବନ୍ଦ ଆନ୍ଦୋଳନ କରାଯାଇଛି । ଏହି ଆନ୍ଦୋଳନକୁ ବିଜେଡି, କଂଗ୍ରେସ ଏବଂ ବିଜେପି ସମେତ ଅନ୍ୟ ରାଜନୈତିକ ଦଳ ମଧ୍ୟ ସମର୍ଥନ ଜଣାଇଥିଲେ । ୧୨ ଘଣ୍ଟିଆ ଭେଡେନ ବନ୍ଦ ଡାକରା ଜୟକିଷାନ ସଂଗଠନ ପକ୍ଷରୁ ଦିଆଯାଇଛି ଏହି ଆନ୍ଦୋଳନକୁ ବିଜେଡି, କଂଗ୍ରେସ ଏବଂ ବିଜେପି ସମେତ ଅନ୍ୟ ରାଜନୈତିକ ଦଳ ମଧ୍ୟ ସମର୍ଥନ ଜଣାଇଥିଲେ।ା ଚାଷୀମାନେ ଶୋଭାଯାତ୍ରାରେ ଯାଇ ଭେଡେନର ସମସ୍ତ ସରକାରୀ ଅଫିସ, ବ୍ୟାଙ୍କ, ବ୍ଲକ, ତହସିଲ କାର୍ୟ୍ୟାଳୟ ବନ୍ଦ କରିଥିଲେ। ଏହାସହ ସମସ୍ତ ସ୍କୁଲ, କଲେଜ, ଦୋକାନ ବଜାର ତଥା ଗାଡି ମଟର ଚଳାଚଳ ମଧ୍ୟ ବନ୍ଦ ରହିଥିଲା । ତହସିଲ ଅଫିସ ସମ୍ମୁଖରେ ଏକ ପ୍ରତିବାଦ ସଭା ହୋଇଥିଲା । ଏହି ସଭାରେ ବିଜେଡ଼ି ଦଳ ପକ୍ଷରୁ ବରଗଡ଼ ସାଂସଦ ପ୍ରଭାସ ସିଂ ଙ୍କର ଭେଡେନ ପ୍ରତିନିଧି, ବିଜେପି ଦଳର ମିଲନ ସେଠ ଓ ଉର୍କୁଲୁ ତାଣ୍ଡି ଏବଂ କଂଗ୍ରେସର ପୂର୍ବତନ ବିଧାୟକ ନିହାର ରଂଜନ ମହାନନ୍ଦ ସାମିଲ ହେଇଥିଲେ। ଏହି ବନ୍ଦ ପାଳନକୁ ସମସ୍ତ ରାଜନୈତିକ ଦଳ, ବିଭିନ୍ନ ସଂଗଠନ ଓ ଜନସାଧାରଣଙ୍କ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ ।