ଦନ୍ତାକୁ ମାରି ଦାନ୍ତ ନେଇଗଲେ ଦୁର୍ବୁତ

(ଚିତ୍ତରଞ୍ଜନ ସାହୁ): ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଅଧିନ ଡୁଙ୍ଗୁରୀ ଲେଥେର ମଝିରେ ରହିଥିବା ଜଙ୍ଗଲରେ ଗୋଟିଏ ହାତୀ ଦୁର୍ବୃତ୍ତ ଙ୍କ ଶିକାର ହୋଇଛି । ହାତୀଟି ପୁରୁଷ ଏବଂ ତାର ବୟସ ପାଖାପାଖି ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ଦୁର୍ବୃତ୍ତମାନେ ଶିକାର କରିବା ପରେ ହାତୀର ଗୋଟିଏ ଦାନ୍ତ କାଢି ନେଇଥିବା ବେଳେ ଅନ୍ୟ ଦାନ୍ତଟି କାଢି ନେଇ ପାରିବାରେ ବିଫଳ ହୋଇଛନ୍ତି । ବିଦ୍ୟୁତ ତାର ବିଛାଇ ଦୁବୃତ୍ତମାନେ ଏଭଳି କାଣ୍ଡ ଭିଆଇଛନ୍ତି । ତେବେ ବାରହା ଶିକାର ଯୋଜନା ଥିବାବେଳେ ଦୁର୍ବୃତ୍ତ ବିଛାଇ ଥିବା ବିଦ୍ୟୁତ ତାରରେ ହାତୀଟି ଛନ୍ଦି ହୋଇ ମୃତ୍ୟୁ ମୁଖରେ ପଡିଥିବା ବନବିଭାଗ କର୍ମଚାରୀମାନେ ଅନୁମାନ କରୁଛନ୍ତି । ହାତୀର ବିଭିନ୍ନ ସ୍ଥାନରେ ବିଦ୍୍ୟୁତ ଆଘାତର କ୍ଷତଚିହ୍ନ ମଧ୍ୟ ରହିଥିଲା । ଘଟଣାଟି ମଙ୍ଗଳବାର ରାତ୍ରିରେ ଘଟିଥିବାବେଳେ ବୁଧବାର ସନ୍ଧ୍ୟାରେ ବନ କର୍ମଚାରୀମାନେ ସେହି ଘଟଣା ଜାଣିବାକୁ ପାଇଥିଲେ । ଏ ନେଇ ଖବର ଦେବା ପରେ ସ୍ଥାନୀୟ ପ୍ରାଣିଧନ ଚିକିତ୍ସାଧୀକାରୀ ଡାଃ ଶ୍ରୀକାନ୍ତ ପରିଡା ଗୁରିବାର ସକାଳେ ଘଟଣାସ୍ଥଳକୁ ପହଁଚି ହାତୀର ଶବ ବ୍ୟବଛେଦ କରିଥିଲେ ।