( ଚିତରଞ୍ଜନ ସାହୁ) : ବରଗଡ ଜିଲ୍ଲା ବରପାଲି ବ୍ଲକ ମିଟିଂହଲ ପରିସରରେ ଭାରତୀୟ ଲଘୁ ଉଦ୍ୟୋଗ ବିଭାଗ ବ୍ୟାଙ୍କ ତରଫ ରୁ ବରପାଲି ବ୍ଲକ ଓ ସହର ବୁଣାକାର ମାନଙ୍କୁ ନେଇ ଡିଜିଟାଲ ଆର୍ଥିକ ସ୍ୱାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସହକାରୀ ବୟନ ଶିଳ୍ପ ନିର୍ଦେଶକ ଉପେନ୍ଦ୍ର କୁମାର ଦେବତା , ସମ୍ମାନିତ ବ୍ଲକ ଅଧ୍ୟକ୍ଷ କିଶୋର ଦଫାଦର, ବିଡ଼ିଓ ସତ୍ୟନାରାୟଣ ମେହେର , ବୟାନ ଶିଳ୍ପ ତତ୍ବଧାରକ ସମ୍ପୂର୍ଣ ନନ୍ଦ ପ୍ରଧାନ , ସଂଗୀତ ନିର୍ଦେଶକ ନବ ମହାତମ, ଉପସଭାପତି ମାଇନ୍ସ ଫରେନ୍ସ ଭୋଜାଲିନ ଭୂଇଁ ପ୍ରମୁଖ ଯୋଗଦାନ କରି ବୁଣାକାର ମାନେ କେମିତି ସରକାରୀ ସହାୟତା,ସବ ସିଟି ସହିତ ଆଜିର ଦୁନିୟାରେ ପ୍ରଚଳିତ ଡିଜିଟାଲ ମାଧ୍ୟମରେ ଯେମିତି ସମସ୍ତ ବୁଣାକାର ମାନେ ଉପକୃତ ହେବେ ଓ ଡିଜିଟାଲ ମାଧ୍ୟମ ରେ ସହଜ ରେ କାମ କରୀପାରିବେ ସେ ଉଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।