ଆସନ୍ତା ୨୮ରେ ବାର ଆସୋସିଏସନ ନିର୍ବାଚନ, ମତଦାନ କରିବେ ୩୮ ହଜାରରୁ ଅଧିକ ଆଇନଜୀବୀ

Bhubaneswar: ଆସନ୍ତା ୨୮ ତାରିଖରେ ବାର ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ Odisha State Bar Council (OSBC) ଅଧ୍ୟକ୍ଷ Sitanshu Mohan Dwibedi ସୂଚନା ଦେଇଛନ୍ତି। ରାଜ୍ୟ ଆଇନଜୀବୀ ପରିଷଦ ସହ ଅନୁବନ୍ଧିତ ୧୫୮ଟି ବାର ଆସୋସିଏସନରେ ଏହି ନିର୍ବାଚନ ହେବ। ନିର୍ବାଚନୀ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁଚାରୁ ରଖିବା ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି କରିବାକୁ ପରିଷଦ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

ସକାଳ ୭ଟା ୩୦ ମିନିଟ୍‌ରୁ ବିକେଳ ୩ଟା ପର୍ଯ୍ୟନ୍ତ ମତଦାନ ହେବ। ଏହି ନିର୍ବାଚନରେ ମୋଟ ୩୮ ହଜାର ୮୮୩ ଜଣ ଆଇନଜୀବୀ ନିଜର ମତାଧିକାର ପ୍ରୟୋଗ କରିବେ। ତେବେ Nabarangpur ଏବଂ Jatani ବାର ଆସୋସିଏସନର ନିର୍ବାଚନ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରହିଥିବା ସୂଚନା ମିଳିଛି।