କଂଗ୍ରେସର ସବୁ ପଦ ପଦବିରୁ ଇସ୍ତଫା ଦେଇଛନ୍ତି ବାପି ସର୍ଖେଲ

ଭୁବନେଶ୍ୱର: କଂଗ୍ରେସ ଛାଡିଲେ ଅରିନ୍ଦମ ସର୍ଖେଲ । ସମସ୍ତ ପଦ ପଦବି ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବାପି ସର୍ଖେଲ । ତେବେ ପିସିସି ସଭାପତିଙ୍କୁ ସେତାଙ୍କର ଇସ୍ତଫା ପତ୍ର ପଠାଇ ଥିବା କୁହାଯାଉଛି । ସେ ନିଜର ଇସ୍ତଫା ସମ୍ପର୍କରେ ସୂଚନା ଦେଇ କ ହିଛନ୍ତି ଯେ କଂଗ୍ରେସ ତାଙ୍କୁ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ କଂଗ୍ରେସକୁ ଧନ୍ୟବାଦ ଦେଇଛନ୍ତି ।
ସୂଚନା ଅନୁଯାୟୀ, କଂଗ୍ରେସର ପୂର୍ବତନ ବିଧାୟକ ବାପି ସର୍ଖେଲଙ୍କ ପତ୍ନୀ ମୋନୀଦୀପା ସର୍ଖେଲ ଗତ କିଛି ଦିନ ତଳେ ବିଜେଡି;ା ସାମିଲ ହୋଇଥିଲେ । ସେ ଏବେ କଂଗ୍ରେସରୁ ଇସ୍ତପା ଦେଇ ଦେଇଛନ୍ତି । ତେବେ ସେ ଏବେ ବିଜେଡିରେ ମିଶିବା ନେଇ ଚର୍ଚ୍ଚ ହେଉଛି ।