ବାଣପୁର /ସୁଧିର କୁମାର ପାତ୍ର : ମା’ ଭଗବତୀଙ୍କ ମନ୍ଦିର ରେ ଥିବା ଭିତର ହୁଣ୍ଡିକୁ ଖୋଲା ଯାଇଛି । ମନ୍ଦିର ଟ୍ରଷ୍ଟ ବୋର୍ଡ ର ସଭାପତି ସ୍ଥାନୀୟ ତହସିଲଦାର୍ ଶ୍ରୀଯୁକ୍ତ କୁଞ୍ଜବିହାରୀ ବଡ଼ଜେନା, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯକ୍ତ ବାଳମୁକୁନ୍ଦ ଦାସ, ସ୍ଥାନୀୟ ଆରକ୍ଷୀଙ୍କ ଉପସ୍ଥିତିରେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ହୁଣ୍ଡିକୁ ଖୋଲା ଯାଇ ଶ୍ରଦ୍ଧାଳୁଙ୍କ ଦ୍ଵାରା ପ୍ରଦତ୍ତ ଟଙ୍କା, ବାହାର କରାଯାଇ ମନ୍ଦିର କାର୍ଯ୍ୟାଳୟ କର୍ମଚାରୀ, ସେବାୟତ ଓ ସ୍ଵେଚ୍ଛା ସେବୀଙ୍କ ଦ୍ଵାରା ଗଣତି କରାଯାଇଥିଲା । ହୁଣ୍ଡିରୁ ସର୍ବମୋଟ ଟ୧,୧୧, ୦୫୦ ଟଙ୍କା , (ଏକଲକ୍ଷ ଏଗାର ହଜାର ପଚାଶ ଟଙ୍କା ମାତ୍ର) ସଂଗ୍ରହ କରାଯାଇ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ମନ୍ଦିର ଜମା ଖାତରେ ଜମା କରାଯାଇଥିବା କଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦାସ ପ୍ରକାଶ କରିବା ସହିତ ସମସ୍ତ ଶ୍ରଦ୍ଧାଳୁଙ୍କ ମଙ୍ଗଳ କାମନା କରିଛନ୍ତି।