ବାଂଲାଦେଶ-: ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରକୁ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ଅନ୍ୟ ୧୧ ଜଣଙ୍କ ବିରୁଦ୍ଧରେ ରେଡ୍ ନୋଟିସ ଜାରି କରିବାକୁ ବାଂଲାଦେଶ ଇଣ୍ଟରପୋଲକୁ ଅନୁରୋଧ କରିଛି ।
ବାଂଲାଦେଶ ପୋଲିସ ଶେଖ ହସିନା ଏବଂ ଅନ୍ୟ ୭୨ ଜଣଙ୍କ ବିରୁଦ୍ଧରେ ଗୃହଯୁଦ୍ଧକୁ ଉସକାଇବା ଏବଂ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ପ୍ରଶାସନକୁ କ୍ଷମତାଚ୍ୟୁତ କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଏକ ମାମଲା ରୁଜୁ କରିଛି । ଏମାନେ ଦେଶରେ ଗୃହଯୁଦ୍ଧ ଯୋଜନା କରୁଥିବା ଏବଂ ଅନ୍ତରୀଣ ସରକାରରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଦର୍ଶାଇ ଏହି ମାମଲା ରୁଜୁ ହୋଇଥିଲା । ହାସିନାଙ୍କ ବିରୋଧରେ ୧୦୦ରୁ ଅଧିକ ମାମଲା ରୁଜୁ ହୋଇଛି । ସେଥି ମଧ୍ୟରେ ଗଣହତ୍ୟା ଏବଂ ଦୁର୍ନୀତି ଭଳି ମାମଲା ତାଙ୍କ ନାମରେ ରହିଛି ।
ଢାକା ଟ୍ରିବ୍ୟୁନ୍ ଅନୁଯାୟୀ, ଏନସିବି ଶାଖା କୋର୍ଟ, ସରକାରୀ ଓକିଲ କିମ୍ବା ତଦନ୍ତକାରୀ ସଂସ୍ଥାଗୁଡ଼ିକରୁ ପ୍ରାପ୍ତ ଆବେଦନ ଆଧାରରେ ଇଣ୍ଟରପୋଲକୁ ଏପରି ଅନୁରୋଧ କରିଥାଏ, ଜଣେ ପଳାତକଙ୍କ ସ୍ଥାନ ନିଶ୍ଚିତ ହେବା ପରେ, ସେହି ସୂଚନା ଇଣ୍ଟରପୋଲକୁ ପଠାଯାଏ ।