ବାଂଲାଦେଶୀ ଇସ୍କନ ମନ୍ଦିର ପୋଡିବା ନେଇ ଗୃହ କମ୍ପାଇଲେ ସାଂସଦ ରୁଦ୍ର ନାରାୟଣ ପାଣି

0

ନୂଆଦିଲ୍ଲୀ : ଜଳୁଛି ବାଂଲାଦେଶ । ସାରା ଦେଶରେ ସୃଷ୍ଠି ହୋଇଛି ବ୍ୟାପକ ହିଂସାକାଣ୍ଡ । କେତେକ ବ୍ୟକ୍ତି ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରିବା ସହ ପୋଡାଜଳା ଓ ଭଙ୍ଗାରୁଜା କରିଛନ୍ତି । ବାଂଲାଦେଶର ଗୋଟିଏ ଇସ୍କନ ମନ୍ଦିର ଉପରେ ଆକ୍ରମଣ କରି ଭଙ୍ଗାରୁଜା କରିବା ସହ ତିନି ଠାକୁର ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ପୋଡିଦିଆଯାଇଛି । ଏହି ଘଟଣା ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଘଟଣାକୁ ନେଇ ତୀବ୍ର ଅନୁଗୁଳ ସାଂସଦ ରୁଦ୍ର ନାରାୟଣ ପାଣି ସଂସଦରେ ଉଦବେଗ ପ୍ରକାଶ କରିଛନ୍ତି ।
ଶୁକ୍ରବାର ଗୃହରେ ସାଂସଦ ପାଣି କହିଛନ୍ତି ଯେ, ମହାପ୍ରଭୁ କେବଳ ଓଡିଶାର ନୁହେଁ ସମଗ୍ର ଜଗତର ତାଙ୍କ ପ୍ରତି ଏଭଳି ଆଚରଣ ଅତି ନିନ୍ଦନୀୟ, ଅଧାର୍ମିକ । କେବଳ ଓଡିଶାବାସୀ ନୁହେଁ ସାରା ଦେଶବାସୀ ଓ ବିଶ୍ୱବାସୀ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଏ ପ୍ରସଙ୍ଗରେ ସରକାର ତୁରନ୍ତ ବାଂଲାଦେଶ ସହ କଥାବାର୍ତ୍ତା କରି ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରିବା ପାଇଁ ରୁଦ୍ର ନାରାୟଣ ପାଣି ସଂସଦରେ ଦାବୀ କରିଛନ୍ତି ।
ଅନ୍ୟପକ୍ଷରେ ସଂରକ୍ଷଣ ବ୍ୟବସ୍ଥା ବିରୁଦ୍ଧରେ ଆରମ୍ଭ ହୋଇଥିବା କାହିଁକି ଦଙ୍ଗାରେ ପରିଣତ ହୋଇଛି ଏବଂ ଶେଖ୍ ହସିନାଙ୍କ ସରକାରର ଟଳିବା ପଛରେ କିଏ ଦାୟୀ ତାହା ବିଶ୍ୱସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି ।