ପଶ୍ଚିମ ଓଡିଶାରେ ବନ୍ଦ୍ ପାଳନ

ତେଜୁଛି କୋଶଳ ରାଜ୍ୟ ଦାବୀ

ପୂର୍ନ୍ନ ଓଡିଶାରୁ ଅଲଗା ହେବାପାଇଁ ଚାଲିଛି ପ୍ରସ୍ତୁତି । କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ବନ୍ଦ୍ ହୋଇଛି ପଶ୍ଚିମ ଓଡିଶା ।ସ୍ୱତନ୍ତ୍ର ରାଜ୍ୟଗଠନ ଦାବିରେ ହେଉଛି ବନ୍ଦ୍ ପାଳନ । ଏହାର ପ୍ରଭାବ ବଲାଙ୍ଗୀର୍,କଂଟାବାଞ୍ଜି,କଳାହାଣ୍ଡି,ପଦ୍ମପୁର୍ ଆଦିସ୍ଥାନରେ ଦେଖିବାକୁ ମିଳିଛି । କମିିଟି ପକ୍ଷରୁ ଟାୟାର ଜାଳି ରାସ୍ଥା ଅବରୋଧ କରାଯିବା ସହିତ ଦୋକାନ ବଜାର ମଧ୍ୟ ବନ୍ଦ୍ ରହିଛି । ଏହି ବନ୍ଦ୍ ରେ ପଶ୍ଚିମ ଓଡିଶାର ୧୦ ଟି ଜିଲ୍ଲା ଓ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନକୁ ବନ୍ଦ୍ କରିବା ପାଇଁ ଆହ୍ୱାନ କରାଯାଇଛି । ଓଲିଉଡ୍ ବିବାଦ ପରେ ସକ୍ରିୟ ହୋଇଛି ମିଳିତ କ୍ରିୟାନୁଷ୍ଠାନ କମିଟି ।ଏହାର ପ୍ରଭାବ ସମ୍ବଲପୁରେରେ ଦେଖିବାକୁ ମିଳୁନାହିଁ । କୋଶଳ କମିଟିକୁ ବିରୋଧ କରିଛି ହୀରାଖଣ୍ଡ ସାମ୍ମୁଖ୍ୟ । ହୀରାଖଣ୍ଡ ସମ୍ବଲପୁର ଭାଷାକୁ ସ୍ୱତନ୍ତ୍ର ଭାଷା ମାନ୍ୟତା ଦେବା ନିମନ୍ତେ ଆର୍ଡିସିଙ୍କୁ ଦାବିପତ୍ର ଦିଆଯାଇଛି । କେବଳ ଏତିକି ନୁହେଁ ଆଜି ସମସ୍ତ ଦୋକାନ ବଜାର ଖୋଲା ରଖିବାକୁ ମଧ୍ୟ ଅପିଲ କରିଛି ହୀରାଖଣ୍ଡ ସାମୁଖ୍ୟ । ସ୍ୱତନ୍ତ୍ର ରାଜ୍ୟ ଦାବିରେ କୋଶଳ କ୍ରିୟାନୁଷ୍ଠାନ କମିଟିର ବନ୍ଦ ଡାକରାରେ କେଁ ପୂରାଇ ଦେଇଛି ହୀରାଖଣ୍ଡ ସାମ୍ମୁଖ୍ୟ ।