ପୁଣି ଗଠନ ହୋଇଛି ବାଲେଶ୍ୱର ଜିଲ୍ଲା ବିଜେଡି କମିଟି

ବାଲେଶ୍ୱର : ପୁଣିଥରେ ଗଠନ ହୋଇଛି ବାଲେଶ୍ୱର ଜିଲ୍ଲା ବିଜେଡି କମିଟି । ଜିଲ୍ଲା ବିଜେଡି ସଭାପତି ଅଶ୍ୱିନୀ କୁମାର ପାତ୍ର ହୋଇଥିବା ବେଳେ ୪ଜଣଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ୱ ମିଳିଛି । ଗୌରୀ କୁମାର ରାଉତ, ବରଦା ପ୍ରସନ୍ନ ପଟ୍ଟନାୟକ, ସନ୍ତୋଷ ଖଟୁଆ, ପ୍ରଭାତ କୁମାର ବିଶ୍ୱାଳ ବିରିଷ୍ଠ ଉପସଭାପତି ଭାବେ ନିଯୁକ୍ତି ହୋଇଛନ୍ତି । ସେହିପରି ୯ଜଣ ଉପସଭାପତି, ୧୬ଜଣ ସାଧାରଣ ସଂପାଦକ, ୨୨ଜଣ ସଂପାଦକ, ୨୩ଜଣ ଯୁଗ୍ମ ସଂପାଦକ ନିଯୁକ୍ତି ହୋଇଛନ୍ତି । ସେହିପରି ଜଣେ ଲେଖାଏ ଟ୍ରେଜରର ଓ ମିଡିଆ କୋ-ଆର୍ଡିନେଟର ନିଯୁକ୍ତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସାଧାରଣ ସଂପାଦକ ମାନଓ ମଙ୍ଗରାଜ ।