ବାଲେଶ୍ୱରରୁ ୩ଟି ସେକ୍ସ ରାକେଟ ଠାବ,୧୩ ଗିରଫ

ବାଲେଶ୍ୱର : ବାଲେଶ୍ୱରରେ ସେକ୍ସ ରାକେଟ ଠାବ । ବାଲେଶ୍ୱରରେ ୩ଟି ସେକ୍ସ ରାକେଟ ଠାବ ସହ ୧୩ ଜଣଙ୍କୁ ଗିରଫ କରାଯାଇଛି । ଏ ନେଇ ବାଲେଶ୍ୱର ଆରକ୍ଷି ଅଧିକ୍ଷକ ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସୂଚନାନୁସାରେ,ବାଲେଶ୍ୱର ସିଂଲା,ବସ୍ତା ଓ ମେଘଡମ୍ବୁର ଅଞ୍ଚଳରୁ ଏହି ସେକ୍ସ ରାକେଟ ଠାବ ହୋଇଛି ।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ବାଂଲାଦେଶୀ ଯୁବତୀଙ୍କ ସହ ଅନ୍ୟ ଯୁବତୀ ମଧ୍ୟ ଅଛନ୍ତି । ବାଲେଶ୍ୱର ସହରରୁ ୪ ଜଣ, ବସ୍ତା ଓ ବାଲିଆପାଳରୁ ୪ ଜଣ ,ସଂଲାରୁ ୩ ଜଣ ଓ ପଶ୍ଚିମବଙ୍ଗରୁ ଜଣକୁ ଗିରଫ କରାଯାଇଛି । ଏହି ଅପରାଧରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଚାଲୁ ରହିଥିବା ପ୍ରକାଶ କରିଛନ୍ତି ଏସ୍ ପି ସାଗରିକା ନାଥ ।