ବାଲେଶ୍ବର ପୌରପାଳିକା ଓ ULB ପାଇଁ ପ୍ରଦୂଷଣ କଟକଣା, ଲଗାତର AQI ବୃଦ୍ଧିକୁ ନେଇ ଜିଲ୍ଲାପାଳଙ୍କ ଗାଇଡ୍‌ଲାଇନ

ବାଲେଶ୍ଵର: ବାଲେଶ୍ବର ପୌରପାଳିକା ଓ ULB ପାଇଁ ପ୍ରଦୂଷଣ କଟକଣା । ଲଗାତର AQI ବୃଦ୍ଧିକୁ ନେଇ ଜିଲ୍ଲାପାଳଙ୍କ ଗାଇଡ୍‌ଲାଇନ । ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ଯାଏଁ ନିର୍ମାଣ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ । ରାସ୍ତାରେ ଦିନକୁ ଅତି କମରେ ୩ ଥର ପାଣି ସିଞ୍ଚନ ପାଇଁ NHAIକୁ ନିର୍ଦ୍ଦେଶ । ଖୋଲାରେ ଆବର୍ଜନା ପୋଡ଼ିବା ଓ ଢ଼ାବାରେ କୋଇଲା ରୋଷେଇ ମନା । ସହର ଭିତରେ ଭାରିଯାନ ପ୍ରବେଶ ନିଷେଧ କଲେ ଜିଲ୍ଲାପାଳ । ଆଗାମୀ ୭ ଦିନ ପାଇଁ ଗାଇଡ୍‌ଲାଇନ ପାଳନ କରିବାକୁ ନିର୍ଦ୍ଦେଶ ।

GRAP ଷ୍ଟେଜ୍–II ମାର୍ଗଦର୍ଶିକା ଅନୁସାରେ, ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଧାରା–୧୬୩ ଅନୁଯାୟୀ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ କଟକଣା ସହ ନିୟନ୍ତ୍ରଣାତ୍ମକ ପଦକ୍ଷେପ ଲାଗୁ କରାଯାଇଛି । ଏହି ଆଦେଶ ବାଲେଶ୍ୱର ପୌରପାଳିକା ଏବଂ ଅନ୍ୟ ଏନ୍ ଏ ସି ଓ ମ୍ୟୁନିସିପାଲଟି (ULB) ଅଞ୍ଚଳରେ ଆଗାମୀ ୭ ଦିନ ଯାଏଁ ବଳବତ୍ତର ରହିବ । ଆବଶ୍ୟକ ପଡିଲେ ଏହାର ଅବଧି ବୃଦ୍ଧି ପାଇବ ବୋଲି କୁହାଯାଇଛି । ପୋଲିସ, ପୌରପାଳିକା/ULB, ସମସ୍ତ କାର୍ଯ୍ୟନିର୍ବାହୀ ସଂସ୍ଥା ଏବଂ RTO କୁ କଡାକଡି ପାଳନ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉପଜିଲାପାଳ, ବାଲେଶ୍ୱର ଓ ନୀଳଗିରି ପକ୍ଷରୁ ପ୍ରତିଦିନ ନିରୀକ୍ଷଣ କରି ଅନୁସରଣ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ଦାଖଲ କରାଯିବ। ଜିଲା ପ୍ରଶାସନ ସମସ୍ତ ନାଗରିକ, ବ୍ୟବସାୟୀ ଓ ସଂପୃକ୍ତ ସଂସ୍ଥାମାନଙ୍କୁ ସାଧାରଣ ହିତ ଓ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରିଛି ।