ଥାନାବାବୁଙ୍କ ବଦଳି ଦାବିରେ ରାଜପଥ ଅବରୋଧ

( ନରୋତ୍ତମ ପଣ୍ଡା) : ବାଲଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସରମୁହାଣ ଗ୍ରାମର ସ୍ୱଂୟ ସହାୟିକା ଗୋଷ୍ଠୀ ମହିଳାମାନେ ଦୀର୍ଘଦିନ ଧରି ଗ୍ରାମରେ ଚାଲୁଥିବା ମଦ ଦୋକାନ ବନ୍ଦ କରିବା ସହ ବିକ୍ରୟକାରୀଙ୍କୁ ଗିରଫ କରିବା ନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମଦ ଜବତ କରିଥିଲା କିନ୍ତୁ ମଦ ବ୍ୟବସାୟ କରୁଥିବା ବ୍ୟକ୍ତି ଗିିରଫ ନକରି ଛାଡି ଦେଇଥିଲା । ସେ ବିଷୟରେ ପୋଲିସ ବାବୁଙ୍କୁ ପଚାରିବାରୁ ମହିଳାମାନଙ୍କୁ ର୍ଦୁବ୍ୟବହାର କରିଥିଲେ ବାବୁ । ଏଥିରେ ଉତକ୍ଷିପ୍ତ ହୋଇ ମହିଳାମାନେ ପୋଲିସ ଷ୍ଟେସନ ଘେରାଉ କରିବା ସହ ରାଜପଥ ଅବରୋଧ କରିଛନ୍ତି । ଏହି ଘଟଣା ସମ୍ପର୍କରେ ଖବର ପାଇ ବେଲପଡା ତହସିଲଦାର ଓ ପାଟଣାଗଡ ଏସଡିପିଓ ଘଟଣାସ୍ଥଳ ପହଞ୍ଚି ଦୀର୍ଘ ସମୟ ଧରି ବୁଝାସୁଝା କରିଥିଲେ ମଧ୍ୟ କିଛି ନିଷ୍କର୍ସ ଭାରି ପାରିନଥିଲା । ମହିଳାମାନେ ନିଜ ଦାବିରେ ଅଡି ବସିଛନ୍ତି ଯେପର୍ଯ୍ୟନ୍ତ ଦୁର୍ବ୍ୟହାରକାରୀ ପୋଲିସ ଅଫିସର ବଦଳି ନକରାଯାଏ ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ସେ ।