ବଡ ଖବର: ଏୟାରଲିପ୍ଟ ହେବେ AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତା

ଭୁବନେଶ୍ଵର: AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ । ଭୁବନେଶ୍ବର AIIMSରୁ ଦିଲ୍ଲୀକୁ ଏୟାରଲିଫ୍ଟ ହେବେ ପୀଡ଼ିତା । ଦିଲ୍ଲୀ AIIMS ସହ ଏୟାରଲିଫ୍ଟ ନେଇ ଯୋଗାଯୋଗ ସରିଛି । ଏନେଇ ସୂଚନା ଦେଇଛନ୍ତି ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ । ନାବାଳିକାଙ୍କର ଶରୀରର ପ୍ରାୟ ୭୫ ଭାଗ ପୋଡ଼ିଯାଇଛି। ତାଙ୍କୁ ଟ୍ରମା କେୟାରରୁ ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଚାଲିଛି। ଭେଣ୍ଟିଲେଟରରେ ନୁହେଁ, ICUରେ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ଏମ୍‌ସ ବର୍ଣ୍ଣ ସେଣ୍ଟର ମୁଖ୍ୟ ସଞ୍ଜୟ ଗିରି । ତେବେ ଏମ୍‌ସରେ ଚିକିତ୍ସିତ ହେଉଥିବା ବଳଙ୍ଗା ନାବାଳିକାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ୪୮ ଘଣ୍ଟା ପୀଡ଼ିତାଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ୧୪ ଜଣିଆ ଟିମ୍ ପୀଡ଼ିତାଙ୍କ ଚିକିତ୍ସା କରୁଛନ୍ତି । ଦିଲ୍ଲୀ ଏମ୍‌ସ ସହ ଯୋଗାଯୋଗରେ ଅଛନ୍ତି ଡାକ୍ତରୀ ଟିମ୍ । ଅକ୍ସିଜେନ ସର୍ପୋଟରେ ଥିଲେ ମଧ୍ୟ ପୀଡ଼ିତା କଥାବାର୍ତ୍ତା କରୁଛନ୍ତି । ଏହାସହ ମାନସିକ ଓ ଶାରୀରିକ ସ୍ତରରେ ଆଘାତ ଲାଗିଛି । ତେବେ ପୂର୍ବରୁ ପୀଡିତାଙ୍କୁ ଏୟାରଲିଫ୍ଟ କରିବା ସମ୍ଭବପର ନୁହେଁ ବୋଲି ଏମ୍‌ସ ନିର୍ଦ୍ଦେଶକ କହିଥିଲେ । କିନ୍ତୁ ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ପୀଡିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିପ୍ଟ କରାଯିବ । ସେପଟେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୧୮୦ ବିଏନଏସରେ ବୟାନ ରେକର୍ଡ କରାଯାଇଛି ।