ନୂଆଦିଲ୍ଲୀ: ଭାରତ ପାଇଁ ଟୋକିଓ ଅଲିମ୍ପିକରୁ ଆଜି ଖୁସି ଖବର ଆଣିଦେଇଛନ୍ତି ବଜରଙ୍ଗ ପୁନିଆ । ସେ ଆଜି ବ୍ରୋଞ୍ଜ ପଦକ ଜିତିଛନ୍ତି । ବଜରଙ୍ଗ କାଜାଖୀସ୍ତାନର ରେସଲର ଦାଉଲେତ ନିୟଜବେକଭଙ୍କୁ ପରାସ୍ତ କରିଛନ୍ତି । ଗତକାଲି ସେମିଫାଇନାଲରେ ହାରିଥିବା ବଜରଙ୍ଗ ଆଜି କାଜାଖସ୍ତାନର ଦୌଲେତ ନିୟାଜ ବେକୋଭଙ୍କୁ ୮-୦ରେ ପରାସ୍ତ କରିଛନ୍ତି। ରୁଷ ୬୫ କେଜି ଫ୍ରିଷ୍ଟାଇଲ୍ ସେମିଫାଇନାଲରେ ଭାରତର ଷ୍ଟାର୍ ରେସଲର୍ ବଜରଙ୍ଗ ପୁନିଆ ସେମିରେ ଆଜରବାଇଜାନର ହାଜି ଅଲିୟେଭଙ୍କ ନିକଟରୁ ୧୨-୫ ପଏଣ୍ଟରେ ହାରିଥିଲେ। କିନ୍ତୁ ଆଜି ସେ ଜବରଦସ୍ତ କମବ୍ୟାକ୍ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପ୍ରଥମ ପରିୟସ ଶେଷ ବେଳକୁ ବଜରଙ୍ଗ ୨-୦ରେ ଆଗୁଆ ଥିଲେ।