କଟକ:- କଟକ ଜିଲ୍ଲା ସାଲେପୁର ଥାନା କେନ୍ଦୁପାଟାଣା ରାସ୍ତାରେ ନେମାଳ ରୁ ପଦ୍ମପୁର ଯାଉଥିବା ବେଳେ ଏକ ବେଆଇନ ଗୋରୁ ଚମଡା ବୋଝେଇ ଗାଡିକୁ ବଜରଙ୍ଗ ଦଳ ର ସଦସ୍ୟା ମାନେ ଅଟକାଇ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଁଚି ତଦନ୍ତ କରି ବେଆଇନ ଭାବେ ଚାଲାଣ ହେଉଥିବା ଲକ୍ଷାଧିକ ଟଙ୍କା ର ଚମଡା ଓ ଗାଡିକୁ ଜବତ କରିବା ସହିତ ଗାଡି ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି । ଗୋରୁ ଚମଡା ବୋଝେଇ ଗାଡିକୁ ଅଟକାଇବା ପରେ କିଛି ସମୟ ପାଇଁ ଘଟଣା ସ୍ଥଳରେ ଉତେଜନା ଦେଖିବାକୁ ମିଳିଥିଲା।