ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ବେପାରୀ

ଭୁବନେଶ୍ବର : ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ବଜ୍ରକାପ୍ତା ବେପାରୀଙ୍କୁ ମାଡିବସିଲା ଏସଟିଏଫ । ଖୋର୍ଦ୍ଧା ପିତାପଲ୍ଲୀ ଛକ ନିକଟରେ ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ଏସଟିଏଫ ଜୀବନ୍ତ ବ୍ରଜକାପ୍ତା ସହିତ ଦୁଇ ବେପାରିଙ୍କୁ ଗିରଫ କରିଛି । ରାସ୍ତା କଡରେ କାର୍ ଭିତରେ ଚାଲିଥିଲା ଏହି ବଜ୍ରକାପ୍ତା ଡିଲ୍ । ଚଢାଉ ବେଳେ ଦୁଇ ଅଭିଯୁକ୍ତ କୈଳାସ ଖୋସାଲା ଓ ଚୈତନ ଭତ୍ରକୁ ଗିରଫ କରିଛି ଏସଟିଏଫ୍ । ଏମାନେ କେବିକେ ଅଂଚଳର ବୋଲି ଏସସିଏଫ ସୂଚନା ଦେଇଛି ।
ଉଲ୍ଲେଖଯୋଗ୍ୟ ଯେ, ଗତ ଏକ ବର୍ଷ ମଧ୍ୟରେ ୫ଟି ଜୀବନ୍ତ ବଜ୍ରକାପ୍ତା ଓ ୧୫ କେଜି ବଜ୍ରକାପ୍ତା କାତି ଧରିବାରେ ସଫଳ ହୋଇଛି ଏସଟିଏଫ୍ ।